ଘରେ ବାପା-ମା ମୃତ ପଡ଼ିଥିଲେ, ୪ ବର୍ଷର ଶିଶୁ ବାଲକୋନୀରେ ଠିଆ ହୋଇ କାନ୍ଦୁଥିଲା

ନିୟୁ ଜର୍ସି: ଚାରି ବର୍ଷର ପିଲାଟିଏ କାନ୍ଦୁଥିଲା ବାଲକୋନୀରେ ଛିଡା ହୋଇ । ପିଲାଟି କାହିଁକି କାନ୍ଦୁଛି ପ୍ରଥମେ କେହି ଜାଣି ପାରି ନଥିଲେ । ପରେ ଜଣେ ପଡୋଶୀ ତାଙ୍କ ଘରକୁ ଯାଇ ଯାହା ଦେଖିଲେ ତାଙ୍କର ହୋଶ ଉଡ଼ିଗଲା । ପଡୋଶୀ ଜଣକ ତାଙ୍କ ଘରକୁ ଯାଇ ଦେଖିଲେ ଝିଅଟିର ବାପା-ମା ମାରି ପଡିଛନ୍ତି । ଏହି ଘଟଣା ଜଣାପଡିବା ପରେ ଆଖପାଖ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାର ନିଉ ଜର୍ସିରେ ।

ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ଭାରତୀୟ ଦମ୍ପତି କିଛି ବର୍ଷ ହେଲା ଆମେରିକାରେ ରହି ଆସୁଥିଲେ। ଦମ୍ପତ୍ତିଙ୍କ ନାଁ ବାଲାଜୀ ଭାରତ ରୁଦ୍ରବାର (୩୨) ଏବଂ ତାଙ୍କ ପତ୍ନୀ ଆରତୀ ବାଲାଜୀ ରୁଦ୍ରବାର (୩0) । ବୁଧବାର ଦିନ ଏହି ଦମ୍ପତିଙ୍କୁ ମୃତ ଅବସ୍ଥାରେ ଉଦ୍ଧର କରାଯାଇଥିଲା ।

ବାପା ମାଙ୍କୁ ଏପରି ସ୍ଥିତିରେ ଦେଖି ପିଲାଟି କିଛି ବୁଝି ପରି ନ ଥିଲା। କିଛି ସମୟ ପର୍ଯ୍ୟନ୍ତ ବାପା-ମା ନ ଶୁଣିବାରୁ ପିଲାଟି କାନ୍ଦି ଉଠିଥିଲା । ଶେଷରେ ବାଲ୍କୋନିରେ ଠିଆହୋଇ କାନ୍ଦିବାକୁ ଲାଗିଲା । ଦୀର୍ଘ ସମୟ ଧରି ପିଲାଟି କାନ୍ଦୁଥିଲେ ମଧ୍ୟ ବାପା-ମା କେହି ନ ଆସିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଏ ନେଇ ସେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘରେ ପହଂଚି ଦମ୍ପତିଙ୍କୁ ମୃତ ଅବସ୍ଥାରେ ଉଦ୍ଧର କରିଥିଲା ।

ବାଲାଜୀଙ୍କ ପିତା ଭାରତ ପିଟିଆଇକୁ ସୂଚନା ଦେଇ କହିଛନ୍ତି, ଆମେରିକା ପୋଲିସ ଗୁରୁବାର ଦିନ ତାଙ୍କୁ ଏହି ସୂଚନା ଦେଇଥିଲା । ତେବେ ମୃତ୍ୟୁର କାରଣ ଜଣା ପଡିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଶେୟର କରିବା ବୋଲି ଆମେରିକା ପୋଲିସ କହିଛି ।
ଭାରତ ଦେଇଥିବା ସୂଚନା ଅନୁସାରେ, ବୋହୂ ଆରତୀ ୭ମାସର ଗର୍ଭବତୀ ଥିଲେ। ସେ କହିଛନ୍ତି ଆମେ ସମସ୍ତେ ଆମେରିକା ଯାଇଥିଲୁ । ପୁଣିଥରେ ଯିବାର ଜୋଜନା ଥିଲା । ତେବେ ମୃତ୍ୟୁର କାରଣ ତାଙ୍କୁ ଜଣା ନାହିଁ ବୋଲି ସେ କହିଛନ୍ତି । ପୁଅ ବୋହୂ ବହୁତ ଖୁସିରେ ଥିଲେ ଏବଂ ତାଙ୍କର ପଡୋଶୀ ବି ବହୁତ ଭଲ ଥିଲେ ।
`
ସେ ଆହୁରି କହିଛନ୍ତି, ଆମେରିକା ଅଧିକାରୀ ମୃତ ଦେହକୁ ଭାରତ ପଠାଇବେ ବୋଲି କହିଛନ୍ତି। ତେବେ ମୃତଦେହ ପହଞ୍ଚିବାକୁ ୮ରୁ ୧୦ ଦିନ ଲାଗିବ । ମୋ ନାତି ତାଙ୍କର ଜଣେ ସାଙ୍ଗର ଘରେ ରହିଛି । ସୂଚନା ଥାଉ କି , ନିଉ ଜର୍ସିରେ ୬୦ ପ୍ରତିଶତରୁ ଅଧିକ ଭାରତୀୟ ରହୁଛନ୍ତି`

You might also like