ଦେଶରେ ୩୫୩ ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ୍

ନୂଆଦିଲ୍ଲୀ: ଭାରତରେ କରୋନା ଜନତି ମୃତ୍ୟୁ ସଂଖ୍ୟା ୩୫୩ ଛୁଇଁଛି। ଗତ ୨୪ ଘଣ୍ଟାରେ କରୋନା ଭୂତାଣୁରେ ଦେଶରେ ୩୧ ଜଣଙ୍କ ଜୀବନ ନେଇଛି କୋଭିଡ-୧୯ ଭୂତାଣୁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଏବେ ସୁଦ୍ଧା ୯ହଜାର ୨୭୨ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୧୮୯ ଜଣ ମାରାତ୍ମକ କରୋନା ଭୂତାଣୁର ମୁକ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଥିବା ପଜିଟିଭଙ୍କ ସଂଖ୍ୟା ୧ ହଜାର ୨୧୧  ହୋଇଛି। ତେବେ ଏହି ସମୟ ଭିତରେ ୧୧୭ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆଜି ସୁଦ୍ଧା ଦେଶରେ କୋଭିଡ-୧୯ ସନ୍ଦେହରେ ୨ଲକ୍ଷ ୩୭ ହଜାର ନମୁନା ପରୀକ୍ଷା କରାଯାଇଥିବା ICMR ସୂଚନା ଦେଇଛି।

You might also like