ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।

ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି।

ସୂଚନା ଅନୁସାରେ, ଏହି ସୀମାରେ ଭାରତୀୟ ସେନାର ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ସେନା ସହ ମୁହାଁମୁହିଁ ହୋଇଥିଲା। ଚୀନ ସୈନିକ ମାନେ ଭାରତୀୟ ସେନାର ଯବାନଙ୍କ ପାଟ୍ରୋଲିଂକୁ ନେଇ ଆପତ୍ତି ଉଠାଇଥିଲେ। ଏହାପରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉଭୟ ପଟୁ ଅଧିକ ସଂଖ୍ୟକ ଯବାନ ଏକତ୍ରିତ ହୋଇଥିଲେ। ଅନେକ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। 

ପୂର୍ବରୁ ୨୦୧୭ ଅଗଷ୍ଟ ୧୫ରେ ଏହି ଅଞ୍ଚଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  ସେହିବର୍ଷ ସୀମାର ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତି ପରେ ଉଭୟ ଦେଶର ଯବାନ ହଟିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like