ବରଫ ମଝିରେ ଜନ୍ମଦିନ ପାଳିଲେ ଯବାନ, ଭାଇରାଲ ହେଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ:  ଆଜିକାଲି ସୋସିଆଲ ମିଡିଆରେ ବରଫ ମଝିରେ ଠିଆ ହୋଇଥିବା ଆମ ଯବାନଙ୍କର ଏକ ଭିଡିଓ ବେଶ ଭାଇରାଲ ହୋଇଛି।  ଯବାନଙ୍କ ଏହି ଭିଡିଓ ଦେଖିଲେ ଆପଣ ବି ଭାବପ୍ରବଣ ହୋଇଯିବେ । ଆଇପିଏସ୍ ପଙ୍କଜ ନୈନ ଏହି ଭିଡିଓକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଜୁନ୍ ୨୯ରେ ସେୟାର କରିଛନ୍ତି।  ସେ କ୍ୟାପସନରେ ଲେଖିଛନ୍ତି, ପ୍ରତ୍ୟେକ ଇଚ୍ଛାକୁ ଏମାନେ ନିଜ ହୃଦୟରେ ଚାପି ରଖନ୍ତି ଏବଂ ପ୍ରତ୍ୟେକ ଚିନ୍ତା, ସମସ୍ୟାକୁ ଧୂଆଁ ପରି ଉଡ଼ାଇ ଦିଅନ୍ତି।

ଜନ୍ମଦିନ ହେଉ କିମ୍ବା କୌଣସି ଖୁସି ଦିନ , ଆପଣଙ୍କର ସବୁ ସ୍ପେଶାଲ ଦିନ ଭଲରେ କଟୁ। ବାସ୍ ! କେବଳ ଏଇଥି ପାଇଁ ଭାରତ ମା’ର କିଛି ସନ୍ତାନ ଅଛନ୍ତି ଯେଉଁମାନଙ୍କର ସବୁ ସ୍ୱତନ୍ତ୍ର ଦିନ ଏଇ ସରହଦରେ ହିଁ କଟିଥାଏ। ହଁ, ସେମାନେ ଆମର ସୀମାନ୍ତ ପ୍ରହରୀ , ଆମ ଯବାନ।

ସ୍ୱତନ୍ତ୍ର ଦିନରେ ଏମାନଙ୍କ ପାଖରେ ନା ଥାଏ ପିଠା, ନା ମିଠା ନା ବେଲୁନ୍‌। ତଥାପି ବନ୍ଧୁକର ଗୁଳି ଫୁଟିଲେ ଏମାନେ ଭାବନ୍ତି ବେଲୁନ୍‌ ଫୁଟିଲା। ବରଫରେ ତିଆରି କରନ୍ତି ବିଭିନ୍ନ ପ୍ରକାରର ମିଠା, କେକ୍‌। ଏମିତି ଜନ୍ମଦିନ ପାଳି ଖୁସି ମନାଇଥାନ୍ତି।

ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ,  ତିନିଜଣ ଭାରତୀୟ ଯବାନ ବରଫ ମଝିରେ ଠିଆ ହୋଇ ଜନ୍ମଦିନ ପାଳୁଛନ୍ତି। ଏହି ଜନ୍ମଦିନ ପାଳନକୁ ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ।  ଜଣେ ଯୁବକ ବରଫରେ ତିଆରି ଏକ ପିଠା କାଟୁଛନ୍ତି । ଯେଉଁଥିରେ ବାବୁ ଲେଖାଯାଇଛି। ଯୁବକମାନେ ବରଫ କିଟ୍ କାଟିବା ସହ ପରସ୍ପରକୁ ଖାଇବାକୁ ଦେଉଥିବା ଦେଖାଯାଉଛି।

କେବଳ ଏତିକି ନୁହେଁ, ତିନିଜଣ ସୈନିକ ପରସ୍ପରକୁ କେଟ୍ କାଟି ଖାଇବାକୁ ଦେଇ ଜନ୍ମଦିନର ଏକ ଗୀତ ଗାଉଥିବାର ନଜର ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ, ଆପଣ କିଛି ସମୟ ପାଇଁ ଭାବପ୍ରବଣ ହୋଇଯିବେ।  କାରଣ ପିଠା ନ ଥାଇ ମଧ୍ୟ ଏହି ତିନିଜଣ ଯୁବକ ଏକତ୍ର ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳୁଛି |

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓରେ 7 ହଜାରରୁ ଅଧିକ ଭ୍ୟୁ ହେଲାଣି | ଏଥି ସହିତ, ଏହି ଭିଡିଓ 300 ରୁ ଅଧିକ ରିଟ୍ୱିଟ ଏବଂ 1 ହଜାରରୁ ଅଧିକ ଲାଇକ୍ ପାଇଛି | କେବଳ ଏତିକି ନୁହେଁ, ଏହି ଭିଡିଓରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଆସୁଛି | ସମସ୍ତେ  ଯବାନଙ୍କୁ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like