ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି

ଜମ୍ମୁ : ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୫ ଜଣ ପାକିସ୍ତାନ ଯବାନଙ୍କୁ ଭାରତୀୟ ସେନା ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି।

ଗଣମାଧ୍ୟମକୁ ସୂଚନା ଦେଇ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ ଏହି ସୂଚନା ଦେଇଛନ୍ତି। ତା ସହିତ ୨୦୧୮ ଭାରତୀୟ ଯବାନ ପାଇଁ ସଫଳତାର ବର୍ଷ ଥିଲା ବୋଲି ସେ କହିଛନ୍ତି।

ଗତବର୍ଷ ୨୫୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ଭାରତୀୟ ଯବାନ ସଫଳ ହୋଇଛି ବୋଲି ସେ କହିଛନ୍ତି। ଜାମ୍ମୁ ଓ କାଶ୍ମୀରର କଲାଇ ପୋଲ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ନର୍ଦନ କମାଣ୍ଡ ମୁଖ୍ୟ ଲେଫଟନାଣ୍ଟ ଜେନେରାଲ୍ ରଣବୀର ସିଂହ।

You might also like