ଭାରତୀୟ ସେନାଙ୍କୁ ଧନ୍ୟବାଦ ଦେଲେ ଚୀନ ଅଧିକାରୀ; କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ:ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତ କିନ୍ତୁ ବନ୍ଧୁତାର ହାତ ଛାଡ଼ିନି । ମଙ୍ଗଳବାର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ପଟୁ ପଶି ଆସିଥିବା ୧୩ଟି  ୟାକ୍‌‌ ଏବଂ ୪ଟି ଶାବକଙ୍କୁ ଫେରାଇ ଦେଇଛି । ଏମାନେ ସମସ୍ତେ ଏଲଏସି ପାର ହୋଇ ଅରୁଣାଚଳ ପ୍ରଦେଶକୁ ପଶି ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି, ଚୀନ ପଟୁ ପଶି ଆସିଥିବା ୟାକମାନଙ୍କୁ ଫେରାଇ ଦେବା ପରେ ଚୀନ୍ ଅଫିସରମାନେ ଭାରତୀୟ ସେନାଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ ଏହି ଘଟଣା ପରେ ଆଉ ଏକ ସନ୍ଦେହ ଦୃଢୀଭୂତ ହୋଇଛି ଯେ, ଚୀନ ଏହି ପଶୁମାନଙ୍କ ସହାୟତାରେ ଭାରତରୁ ଗୁପ୍ତ ତଥ୍ୟ ଚୋରି କରୁନି ତ ?
ଅବଶ୍ୟ ଏହି ପଶୁମାନଙ୍କୁ ଫେରାଇବା ପୂର୍ବରୁ ଭାରତୀୟ ସେନା କିଛି ସମୟ ନେଇଥିଲା । ଏହି ସମୟ ମଧ୍ୟରେ ଭାରତ ନିଶ୍ଚିତ କରି ନେଇଥିଲା ଯେ, ଚୀନ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ୟାକମାନଙ୍କୁ ଛାଡ଼ିଥିଲା ନା ଏମାନେ ଭୁଲ୍‌ରେ ପଳାଇ ଆସିଥିଲେ ?
ଜଣେ ସେନା ଅଧିକାରୀ କହିଛନ୍ତି, ମାନବିକତାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସେପ୍ଟେମ୍ବର ୭ ତାରିଖ ୧୩  ୟାକ ଏବଂ ୪ ଶାବକଙ୍କୁ ଚୀନ ସେନା ଅଧିକାରୀଙ୍କୁ ଫେରାଇ ଦେଇଥିଲା । ଏହି ୟାକ୍‌ ପଲ ଅରୁଣାଚଳ ପ୍ରଦେଶର କାମେଙ୍ଗ ଅଞ୍ଚଳକୁ ପଶି ଆସିଥିଲେ । ନିରୀହ ଜନ୍ତଙ୍କ ମାଧ୍ୟମରେ ଗୋଇନ୍ଦାଗିରି କରିବା ଶତ୍ରୁଦେଶ ଚୀନର ପୁରୁଣା ଚାଲ୍‌ ଅଟେ । ଗତବର୍ଷ ଏପ୍ରିଲ୍‌ରେ ଚୀନର ଏମିତି ଏକ କାରନାମା ଧରା ପଡ଼ି ଯାଇଥିଲା । ଯାଞ୍ଚ ପରେ ଜଣା ପଡ଼ିଥିଲା, ଧରା ପଡ଼ିଥିବା ଜନ୍ତୁର ଶିଙ୍ଗରେ କିଛି ଉପକରର ଖଞ୍ଜା ଯାଇଥିଲା ଯାହା ମାଧ୍ୟମରେ ଚୀନ୍ ସିଗନାଲ ତଥା ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଉଥିଲା ।

ଖାଲି ଚୀନ ନୁହେଁ, ପାକିସ୍ତାନ ମଧ୍ୟ ଏପରି ଚାଲ୍ ଖେଳି ଧରାପଡ଼ିଥିଲା । ଅନେକ ସମୟରେ ସୀମାରେ କୌଣସି ପକ୍ଷୀ କିମ୍ବା ପାରା ଧରାପଡ଼ିଲେ ଏହାକୁ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପଠାଯାଇଥାଏ ବୋଲି ସନ୍ଦେହ କରାଯାଇଥାଏ ।
ଅନେକ ସମୟରେ ଇଜରାଏଲ ଉପରେ ଏପରି ଅଭିଯୋଗମାନ ଲାଗିଥାଏ । ୨୦୦୭ରେ ଇରାନର ନ୍ୟୁକ୍ଲିୟର ଫାସିଲିଟି ନିକଟରେ ଏକ ଗୁଣ୍ଡୁଚିମୂଷା ଧରାପଡ଼ିଥିଲା । ଅଭିଯୋଗ ହୋଇଥିଲା, ଏହାକୁ ଇଜରାଏଲ କରାଇଥିଲା ।

ଆହୁରି ପଢ଼ନ୍ତୁ

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

You might also like