ସେନାରେ ଯୋଗ ଦେଇପାରିବେ ବେସାମରିକ ନାଗରିକ !

ନୂଆଦିଲ୍ଲୀ:ଏଣିକି ବେସାମରିକ ନାଗରିକ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ କର୍ମଚାରୀ ସେନାରେ ଯୋଗ ଦେଇପାରିବେ। ସେନାରେ କାମ କରିବା ପରି ଦକ୍ଷତା ରଖିଥିବା ବ୍ୟକ୍ତିମାନେ ୩ ବର୍ଷ ଯାଏ ସେନାରେ କାମ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ।

ଏହି ବେସାମାରିକ ନାଗରିକମାନଙ୍କୁ ସମାନଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁସାରେ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଣ୍ଟ ଲାଇନ ଫର୍ମେସନ ଭଳି ରାଙ୍କରେ ରଖାଯିବ। ଏନେଇ ସେନା ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଛି। ଯଦି ଏହି ପ୍ରସ୍ତାବକୁ ଅନୁମତି ମିଳେ, ତେବେ ଯେ କୌଣସି ନାଗରିକ ଭାରତୀୟ ସେନାରେ କାମ କରିବା ପାଇଁ ସୁଯୋଗ ପାଇବେ। ତେବେ ବେସାମରିକ ନାଗରିକଙ୍କୁ ୩ ବର୍ଷ ପାଇଁ ସେନାରେ କାର୍ଯ୍ୟ କରିବା ପାଇଁ ଥିବା ଗେମ ଚେଞ୍ଜିଂ ପ୍ରସ୍ତାବକୁ ବରିଷ୍ଠ କମାଣ୍ଡରମାନେ ସମୀକ୍ଷା କରୁଛନ୍ତି ବୋଲି ଆର୍ମି ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି।

ଅର୍ଦ୍ଧସାମରିକ ବାହିନୀ ଓ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସର ଯବାନମାନଙ୍କୁ ମଧ୍ୟ ୭ ବର୍ଷ ପାଇଁ ଆଣିବା ଲାଗି ଭାରତୀୟ ସେନା ଯୋଜନା କରୁଛି। ସେନାରେ ୭ ବର୍ଷ କାମ କରିବା ପରେ ଏହି ଯବାନମାନେ ପୁଣିଥରେ ନିଜର ମୂଳ ପ୍ରଫେସନକୁ ଯାଇପାରିବେ।

ଯଦି ଏହାକୁ ଅନୁମତି ମିଳିବ, ପ୍ରାଥମିକ ଭାବେ ୧୦୦ ଅଫିସର ଓ ୧ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ। ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟତା କ’ଣ ରହିବ ତାହା ସ୍ଥିର ହୋଇନାହିଁ। ତେବେ ବୟସ ଓ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ବିଶେଷକରି ତେଣୁ ଯୁବଗୋଷ୍ଠୀ ଓ ଅନ୍ୟ ବୃତ୍ତିର ଲୋକ ଏହି ପ୍ରସ୍ତାବ ଜରିଆରେ ସେନା ସହ ଜଡ଼ିତ ହେବାର ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

You might also like