କୁଟନୈତିକ ସ୍ତରରେ ଆଲୋଚନା ହେବ ସୀମା ବିବାଦ

ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟ LAC ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ଲାଗି ଉଭୟ ଦେଶ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିବେ। ଆଜି ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ପରେ ଏହି ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜିର ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଭାରତ ପକ୍ଷରୁ 14 କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ପକ୍ଷରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେଇଥିଲେ। LACର ଚୀନ ସୀମାରେ ଥିବା ବର୍ଡର ପର୍ସୋନେଲ ମିଟିଙ୍ଗ ପଏଣ୍ଟରେ ହୋଇଥିବା ଏ ବୈଠକରେ ଦୁଇ ସ୍ଥାନୀୟ କମାଣ୍ଡର ୧୨ଟି ପର୍ଯ୍ୟାୟରେ ଆଲୋଚନା କରିଥିଲେ।

ସେହିଭଳି ମେଜର ଜେନାରାଲ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ବି ୩ଟି ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଥିଲା। ତେବେ ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆଗକୁ କୁଟନୈତିକ ଓ ସାମରିକ ସ୍ତରରେ ଅଧିକ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବା ଭାରତୀୟ ସେନା ବିବୃତ୍ତି ଜାରି କରିଛି।

ସେପଟେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ପକ୍ଷରୁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେନାର ମୁଖପାତ୍ର ସୂଚନା ଦେଇଛନ୍ତି। ଏପରି ସମୟରେ କପୋଳକଳ୍ପିତ ଓ ତଥ୍ୟ ଉପରେ ଆଧାର ହୋଇ ନଥିବା ଖବର ପ୍ରସାରଣ ଫଳପ୍ରଦ ହେବ ନାହିଁ।  ତେଣୁ ଏପରି ଖବରରୁ ବିରତ ରହିବାକୁ ଗଣମାଧ୍ୟମକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like