ଇଣ୍ଡିଆନ ଏୟାର ଲଇନ୍ସରେ ପ୍ରଥମଥର ପାଇଁ ନିଯୁକ୍ତ ହେଲେ ମହିଳା ସିଇଓ

ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ।

ତେବେ ହରପ୍ରିତଙ୍କୁ ଏୟାର ଇଣ୍ଡିଆର ସହାୟକ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଉଡାଣ ସୁରକ୍ଷା) ପଦବୀରେ କାର୍ଯ୍ୟକରି ଆସୁଛନ୍ତି।

ସୂଚନା ଅନୁସାରେ ହରପ୍ରୀତ ସିଂ ହେଉଛନ୍ତି ୧୯୮୮ ମସିହାରେ ଚୟନ ହୋଇଥିବା ଏୟାର ଇଣ୍ଡିଆର ପ୍ରଥମ ମହିଳା ପାଇଲଟ୍‌। ସେ ସ୍ୱାସ୍ଥ୍ୟଗତ କାରଣରୁ ଏବେ ପ୍ଲେନ୍‌ ଉଡ଼ାଇବାକୁ ସମର୍ଥ ନୁହନ୍ତି। କିନ୍ତୁ ଉଡ଼ାଣ ସୁରକ୍ଷା ଦିଗରେ ସେ ବେଶ୍‌ କ୍ରିୟାଶୀଳ।

 

You might also like