ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଭାରତୀୟ ବାୟୁ ସେନାର ଆଉ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆଜି ଉତ୍ତରପ୍ରଦେଶର କୁଶିନଗର ଠାରେ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ତେବେ ବିମାନ ଭିତରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ରୋହିତ କାଟୋଚ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ଆଜି ସକାଳେ ଏହି ଯୁଦ୍ଧ ବିମାନ ଗୋରଖପୁରସ୍ଥିତ ଏୟାର ବେସ୍‌ରୁ ରୁଟିନ ଅନୁଯାୟୀ ଉଡ଼ାଣ ଭରିଥିଲା।

ଜନଗହଳି ପୂର୍ଣ୍ଣ କୁଶିନଗର ସହର ଉପରେ ଉଡୁଥିବାବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ଏହାକୁ ନିକଟସ୍ଥ ଏକ ଜଙ୍ଗଲ ଭିତରକୁ ନେଇଯାଇଥିଲେ ବୋଲି କୁଶିନଗର ଏସପି କହିଛନ୍ତି।

ବାୟୁ ସେନା ପକ୍ଷରୁ କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।  ଗୋରଖପୁର ଏୟାରବେସ୍‌ରୁ ଉଡାଣା ଆରମ୍ଭ କରିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

You might also like