ଜାଣନ୍ତୁ, ବାୟୁସେନାରେ କାହିଁକି ସାମିଲ ହେଲା ଆପାଚି ଗାର୍ଡିଆନ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଆପାଚି ଗାର୍ଡିଆନ୍ ହେଲିକପ୍ଟର । ‌ଆମେରିକାର ଆରିଜୋନା ନିର୍ମାଣ କେନ୍ଦ୍ରରେ ବାୟୁସେନାର ଅଧିକାରୀଙ୍କୁ ହେଲିକପ୍ଟର ହସ୍ତାନ୍ତର କରାଯାଇଥିବା ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଏହି AH-64E ହେଲିକପ୍ଟର ସମସ୍ତ ପ୍ରକାର ପାଗରେ କାର୍ଯ୍ୟକ୍ଷମ ହୋଇପାରିବ। ଏପରିକି ବର୍ଷା, ଝଡ଼ରେ ବି ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରିପାରିବ।

ଏପରିକି ଆକାଶ ମାର୍ଗରୁ ଓ ସ୍ଥଳ ଭାଗରେ ଲକ୍ଷ୍ୟଭେଦ କରିବାରେ ମଧ୍ୟ ଏହା ସହାୟକ ହେବ। ବିଶେଷକରି ପାର୍ବତ୍ୟାଞ୍ଚଳରେ ସାମରିକ ଅଭିଯାନ ବେଳେ ଏହି ହେଲିକପ୍ଟର ବେଶ୍ ସହାୟକ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।ପରେ ଚୁକ୍ତି ଅନୁଯାୟୀ ଅନ୍ୟ ୨୧ଟି ହେଲିକପ୍ଟର ମାର୍ଚ୍ଚ ୨୦୨୦ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି।

ଭବିଷ୍ୟତକୁ ନଜରରେ ରଖି ଏହି ହେଲିକେପ୍ଟରକୁ ନିର୍ମାଣ କରାଯାଇଥିବା ସୂଚନା ରହିଛି। ପାହାଡ଼ିଆ ସ୍ଥାନରେ ଏହି ବିମାନଟି ନିଜର ବିଶେଷତ୍ୱ ଅଧିକ ଦେଖାଇବ ବୋଲି ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସୀମାରେ ରହି ଆକ୍ରମଣ କରିବା, ତଳେ ଯୁଦ୍ଧ ହେଉଥିଲେ ଉଚ୍ଚ ସ୍ଥାନରେ ରହି ଫଟୋ ଉଠାଇପାରିବା, ଡାଟା ନେଟଓ୍ୱର୍କିଂ ଜରିଆରେ ଅସ୍ତ୍ର ପ୍ରୟୋଗ କରିବା, ଶତ୍ରୁର ଠିକଣାରେ ପଶି ଆକ୍ରମଣ କରିବା ଭଳି କ୍ଷମତା ଏହି ବିମାନରେ ରହିଛି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like