ଶେଷ ଦିନିକିଆରେ ଇଂଲଣ୍ଡକୁ ୭ ରନ୍‌ରେ ହରାଇ ୨-୧ରେ ସିରିଜ୍ ଜିତିଲା ଭାରତ

ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ପୁନେ ୩ୟ ଦିନିକିଆରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ ହୋଇଛି। ଇଂଲଣ୍ଡକୁ ୭ ରନରେ ହରାଇଲା ଭାରତ। ୩ୟ ଦିନିକିଆ ସହ ସିରିଜ୍ ଜିତିଲା ଭାରତ। ଶେଷ ଦିନିକିଆରେ ବିରାଟ ବାହିନୀ୍ ଦମ୍‌ଦାର ପ୍ରଦର୍ଶନ କରିଛି। ଭାରତୀୟ କ୍ରିକେଟରମାନେ ରବିବାର ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରି ନିଜର ପ୍ରଶଂସକମାନଙ୍କୁ ହୋଲି ଉପହାର ଦେଇଛନ୍ତି। ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲରମାନେ ‘କର ବା ମର’ ମୁକାବିଲାରେ ରଣନୀତି ମୁତାବକ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଇଂଲଣ୍ଡ ବିରୋଧରେ ଭାରତ ୩ ମ୍ୟାଚର ସିରିଜକୁ ୨-୧ରେ ଜିତିନେଇଛି।

 

You might also like