‘କାଶ୍ମୀର ପ୍ରସଙ୍ଗକୁ ଉଠାଇ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ, ଆମେ ସେତେ ଉଚ୍ଚରେ ଉଡ଼ିବୁ’

ନୂଆଦିଲ୍ଲୀ: ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବା ଭାରତ ପାଇଁ ଫାଇଦା ଦେବ ଏବଂ ପାକିସ୍ତାନ ନିଜେ ଏଥିପାଇଁ ଅସୁବିଧାରେ ପଡ଼ିବ ବୋଲି ଜାତିସଂଘରେ ଭାରତର ପ୍ରତିନିଧି ସୟଦ୍‌ ଆକବରଉଦ୍ଦିନ୍‌ କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ ଆମେ ସେତେ ଉପରେ ଉଡ଼ିବୁ। ଅତୀତରେ ଆତଙ୍କବାଦକୁ ବେଶ୍‌ ପ୍ରୋତ୍ସାହନ ଯୋଗାଇ ସାଧାରଣ ଘଟଣା ଭାବେ ବିବେଚନା କରି ଆସିଥିବା ପାକିସ୍ତାନ ଏବେ ‘ମେନ୍‌ଷ୍ଟ୍ରୀମ୍‌ ହେଟ୍‌ସ୍ପିଚ୍‌’ ଆରମ୍ଭ କରିବ ବୋଲି ସୟଦ୍‌ ଆଗୁଆ ଅନୁମାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘର ସାଧାରଣ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି। ଆସନ୍ତା ୨୭ ତାରିଖରେ ନ୍ୟୁୟର୍କଠାରେ ଆୟୋଜିତ ହେବାକୁ ଥିବା ଏହି ଅଧିବେଶନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇ ଅଭିଭାଷଣ ରଖିବାର ଅଛି। ଏଥିପାଇଁ ସେ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଏହି ଅଧିବେଶନକୁ ନେଇ କହିଛନ୍ତି, ଇମ୍ରାନ୍‌ ଖାନ୍‌ ଏଠାରେ ରାଷ୍ଟ୍ର ସମୂହଙ୍କ ସାମ୍ନାରେ କାଶ୍ମୀର ପ୍ରସଙ୍ଗ ଉଠାଇବେ।

ତେବେ ଏହାର ପ୍ରତିକ୍ରିୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୟଦ୍‌ କହିଛନ୍ତି, କେଉଁ ଦେଶ ଗ୍ଲୋବାଲ ପ୍ଲାଟଫର୍ମରେ କେଉଁ ପ୍ରସଙ୍ଗ କିଭଳି ଭାବେ ଉଠାଉଛି ତାହା ଗୁରୁତ୍ୱପୂର୍ଣ୍ଣ। କିଛି ରାଷ୍ଟ୍ର ନୀଚ ସ୍ତରକୁ ଯାଇ ପାରନ୍ତି। ଆମ ପ୍ରତିକ୍ରିୟା ରହିବ, ଆମେ ଉଚ୍ଚରେ ଉଡ଼ିବୁ। ସେମାନେ ନୀଚ ସ୍ତରରେ ପ୍ରସଙ୍ଗ ରଖିପାରନ୍ତି।

ସେ ପାକିସ୍ତାନର ଆଗାମୀ ପଦକ୍ଷେପ ନେଇ କହିଥିଲେ, “ସେମାନେ କ’ଣ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ। ସେମାନେ ଆଗରୁ ମେନ୍‌ଷ୍ଟ୍ରିମ୍‌ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଛନ୍ତି ଆଉ ଏବେ ଆପଣମାନେ ପଚାରୁଛନ୍ତି ଏବେ ସେମାନେ ମେନ୍‌ଷ୍ଟ୍ରିମ୍‌ ହେଟ୍‌ସ୍ପିଚ୍‌ର ପ୍ରୟାସ କରିବେ କି ନା। ତାହା ସେମାନଙ୍କ ପରେ ନିର୍ଭର କରେ। ବିଷ ବହୁଦିନ ଧରି ତିଷ୍ଠିପାରେନି।”

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like