କରୋନା ଟିକା ପ୍ରସ୍ତୁତ ପାଇଁ ଜୋରସୋର ଉଦ୍ୟମ ଚଳାଇଛି ଭାରତ

ନୂଆଦିଲ୍ଲି: କରୋନା ସଂକ୍ରମଣ ଯୋଗୁ  ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ଟିକା ପ୍ରସ୍ତୁତ ପାଇଁ ବିଭିନ୍ନ ଦେଶ ପ୍ରୟାସ କରୁଛନ୍ତି ।ଭାରତ ପକ୍ଷରୁ ମଧ୍ୟ ଟିକା ପ୍ରସ୍ତୁତ ପାଇଁ ଜୋରସୋରରେ ଉଦ୍ୟମ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ଭାରତ ପକ୍ଷରୁ ଏ ସମ୍ପର୍କରେ କଣ ସହଯୋଗ କରାଯାଇ ପାରିବ ସେ  ସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ଟିକା ପ୍ରସ୍ତୁତି ନେଇ ଭାରତ ସହ ବିିଭିନ୍ନ ଦେଶର ପ୍ରତିନିଧିମାନଙ୍କର ଆଲୋଚନା କରାଯାଉଛି । ଏନେଇ କିିଛି ଅଗ୍ରଗତି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି ।

କରୋନା ମୁକାବିଲା ନେଇ ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ମୁମ୍ବାଇର ଧରାବୀ ବସ୍ତିରେ ଅନେକ ଲୋକ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ କଣ୍ଟା ଟ୍ରେସିଂ, ଆଇସୋଲେସନ ଓ ଟେଷ୍ଟି ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇପାରିଛି।

ପଶୁମାନଙ୍କ ଠାରୁ ମନୁଷ୍ୟ ଶରୀରକୁ କିପରି କରୋନା ସଂକ୍ରମଣ ହେଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୁଇଜଣ ବିଶେଷଜ୍ଞ ଚୀନ ଯାଇଛନ୍ତି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

୩ ଦିନ ପାଇଁ ସଟ୍‌ଡାଉନ୍‌ ହେଲା ଏହି ଜିଲ୍ଲା

ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୮୮୬ ମୃତ

ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ

ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଏଥର ଖୋର୍ଦ୍ଧାରୁ ସର୍ବାଧିକ

You might also like