‘ଭାରତ ଏକ ହୋଇ ଲଢ଼ିବ, ଜିତିବ ମଧ୍ୟ’

ନୂଆଦିଲ୍ଲୀ: ‘ଶତ୍ରୁ ଆମକୁ ବିଭେଦ କରିବାକୁ ଚେଷ୍ଟା କରୁଛି। ଆମ ଉପରେ ଆତଙ୍କବାଦୀ ଆକ୍ରମଣ କରୁଛି। ଭାରତ ଏବେ ବିକାଶ ପଥରେ ବଢ଼ିବାରେ ଲାଗିଛି। ତେଣୁ ଶତ୍ରୁ ଏହି ବିକାଶ ଧାରାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହି ଶତ୍ରୁ ବିରୋଧରେ ଲଢିବା ଲାଗି ସାରା ଦେଶ ଏକାଠି ହେବା ଦରକାର। ଭାରତୀୟ ସେନା ଉପରେ ଆମର ବିଶ୍ୱାସ ରହିଛି। ଶତ୍ରୁ ପକ୍ଷ ଚାହିଁଲେ ବି ଆମର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆଜି ସାରା ଦେଶର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

‘ଦେଶ ଭିତରେ ଓ ସୀମାରେ ଦିନରାତି ଏକାଠି କରି ନିଜ ବୀରତ୍ୱ ପ୍ରକାଶ କରୁଥିବା ବୀର ଯବାନଙ୍କ ପ୍ରତି ଆମେ କୃତଜ୍ଞ। ସେମାନେ ଅଛନ୍ତି ବୋଲି ଆମ୍ଭେ ଅଛୁ। ରାଷ୍ଟ୍ର ନିର୍ମାଣର ଏହି ମହାଯଜ୍ଞରେ ଯିଏ ଯେଉଁ ଦାୟିତ୍ୱ ସହ ଏକଜୁଟ୍‌ ହୋଇଛନ୍ତି, ସେମାନେ ପୂରା ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନା କରି ଚାଲନ୍ତୁ। ପୂର୍ବ ଅପେକ୍ଷା ଅଧିକ କାମ କରନ୍ତୁ। ଦେଶର ପ୍ରଗତି ପଥରେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିବା ପାଇଁ’ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇ ଦେଶବାସୀଙ୍କୁ ଏହା କହିଛନ୍ତି।

‘ଭାରତ ଏକ ହୋଇ ରହିବ। ଭାରତ ଏକ ହୋଇ କାର୍ଯ୍ୟ କରିବ। ଭାରତ ଏକ ହୋଇ ପ୍ରଗତି କରିବ। ଆଉ ଭାରତ ଏକ ହୋଇ ଲଢ଼ିବ, ଜିତିବ ମଧ୍ୟ’ ବୋଲି ମୋଦି କହିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like