କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ରହିବ ଭାରତ

ନୂଆଦିଲ୍ଲୀ: କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ। ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ସହିତ ଭାରତ ଭଳି ତୈଳ କ୍ରୟ କରୁଥିବା ଦେଶର ସ୍ୱାର୍ଥ ପ୍ରତି ବି ବିଶ୍ୱ ସ୍ତରରେ ଦୃଷ୍ଟି ଦିଆଯିବା ଦରକାର। ଗତକାଲି ଜି-୨୦ ଉର୍ଜା ମନ୍ତ୍ରୀୟସ୍ତରୀୟ ସମ୍ମିଳନୀରେ ଭାଗ ନେଇ ଏହି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନ ଭାରତର ପ୍ରତିନିଧିତ୍ୱ କରି ବିଶ୍ୱରେ ଚାଲିଥିବା ଅଭାବନୀୟ ସ୍ଥିତିରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭାରତରେ ବଢ଼ୁଥିବା ଏଲ୍‌ପିଜି ଆବଶ୍ୟକତାକୁ ଦେଶର ପାରମ୍ପାରିକ ମିତ୍ର ରାଷ୍ଟ୍ରମାନେ ପୂରଣ କରୁଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ବିଶ୍ୱରେ ତୈଳ ଚାହିଦା କମୁଥିବା ବେଳେ, ଇନ୍ଧନ ଚାହିଦା ବଢ଼ାଇ ଯୋଗାଣକୁ ବୃଦ୍ଧି କରିବା ଓ ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍ ରଖିବା ସମୟର ଆବଶ୍ୟକତା ବୋଲି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଏହି ସମ୍ମିଳନୀରେ ଚୀନ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ଋଷ, ଆମେରିକା, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଇଂଲଣ୍ଡ ଆଦି ଦେଶ ଭାଗ ନେଇଥିଲେ।

You might also like