ଦେଶରେ ଅକ୍ସିଜେନ ଅଭାବ ପୂରଣ ହେବା ଆଶା : ଜର୍ମାନୀରୁ ଆସୁଛି ପୋର୍ଟେବୁଲ ଅକ୍ସିଜେନ ପ୍ଲାଣ୍ଟ

  • କରୋନା ସଙ୍କଟ ବେଳେ ଦେଶରେ ଅକ୍ସିଜେନ ଅଭାବ ପୂରଣ ହେବା ଆଶା
  • ଜର୍ମାନୀରୁ ଆସୁଛି ୨୩ଟି ପୋର୍ଟେବୁଲ ଅକ୍ସିଜେନ ପାଣ୍ଟ
  • ଘଣ୍ଟା ପ୍ରତି ୨୪ ଶହ ଲିଟର ଅମ୍ଲଜାନ ଉତ୍ପାଦନ କ୍ଷମତା
  • ପ୍ଲାଣ୍ଟ ଜରିଆରେ ଦେଶରେ ବଢ଼ିବ ଅକ୍ସିଜେନ୍ ଉତ୍ପାଦନ

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନର ଅଭାବ ଭିତରେ ଜର୍ମାନୀରୁ ଆସୁଛି ପୋର୍ଟେବୁଲ ଅକ୍ସିଜେନ ପାଣ୍ଟ । ଏହି ପ୍ଲାଣ୍ଟ ଜରିଆରେ ଦେଶ ଭିତରେ ଅକ୍ସିଜେନ ଉତ୍ପାଦନ କରାଯାଇ ପାରିବ । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଜର୍ମାନୀରୁ ୨୩ଟି ଏପରି ପ୍ଲାଣ୍ଟ ଅଣାଯାଉଛି । କରୋନା ପାଇଁ ଅକ୍ସିଜେନ ଅଭାବକୁ ଏହା ପୂରଣ କରିବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ପ୍ରତି ଘଣ୍ଟାରେ ଗୋଟିଏ ଗୋଟିଏ ପ୍ଲାଣ୍ଟରୁ ୨୪ ଶହ ଲିଟର ଲିକୁଇଡ ଅମ୍ଲଜାନ ଉତ୍ପାଦନ ହୋଇପାରିବ । ଆର୍ମଡ ଫୋର୍ସେସ୍ ମେଡିକାଲ ସର୍ଭିସ ହସ୍ପିଟାଲଗୁଡ଼ିକରେ ଏହି ସବୁ ପ୍ଲାଣ୍ଟ ବସାଯିବ ।

ସେପଟେ ବିଭିନ୍ନ ରାଜ୍ୟକୁ ଏବେ ବିମାନ ଜରିଆରେ ଅକ୍ସିଜେନ ପରିବହନ କରାଯାଉଛି । ଅନେକ ରାଜ୍ୟ ଅକ୍ସିଜେନର ଅଭାବର ଅଭିଯୋଗ କରିବାରୁ ଏହାକୁ ନେଇ ମୋଦି ଓ ବିଭିନ୍ନ ମୁଖ୍ୟମନ୍ତ୍ରୀ ଓ ଅକ୍ସିଜେନ ଉତ୍ପାଦନକାରୀ ସଂସ୍ଥା ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ । ଯେମିତି ତୁରନ୍ତ ଅକ୍ସିଜେନ ଟ୍ୟାଙ୍କର ପରିବହନ ହୋଇପାରିବ, ସେଥିପାଇଁ ଆକାଶ ମାର୍ଗର ହିଁ ସହାୟତା ନିଆଯାଉଛି, ଏହା ସହିତ ରେଳପଥରେ ମଧ୍ୟରେ ଏହାର ପରିବହନ କରାଯାଉଛି ।

ସେପଟେ ଦେଶରେ ଅକ୍ସିଜଜେନର ଗୁରୁତର ସଙ୍କଟ ଭିତରେ ଓଡ଼ିଶାର ବିଭିନ୍ନ ପ୍ଲାଣ୍ଟରୁ ଯୋଗାଇ ଦିଆଯାଉଛି ବିପୁଳ ପରିମାଣର ମେଡିକାଲ ଲିକ୍ୟୁଇଡ୍‌ ଅକ୍ସିଜେନ୍। ଗତକାଲି ରାଉରକେଲାର ସେଲ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ, ଜେଏସ୍ପିଏଲରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି। ମେଡିକାଲ ଅକ୍ସିଜେନ୍ ଏଥିପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ଗ୍ରୀନ୍ କରିଡର୍ ସୃଷ୍ଟି କରାଯାଇ କିଭଳି ସ୍ୱଚ୍ଛନ୍ଦରେ ଅକ୍ସିଜେନ୍ ଟ୍ୟାଙ୍କର ଯାଇପାରିବ, ତାର ବ୍ୟବସ୍ଥା କରାଯାଇଛି।

ସେହିଭଳି ଓଡ଼ିଶାରୁ ତେଲେଙ୍ଗାନା ଅକ୍ସିଜେନ୍ ନେବା ଲାଗି ୯ଟି ଟ୍ୟାଙ୍କରକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚାଇଛି ବାୟୁ ସେନାର ବିଶାଳ ପରିବହନ ବିମାନ ସି-୧୭ ଗ୍ଲୋବମାଷ୍ଟର। ଏପଟେ ସମୟର ଆହ୍ୱାନ କ୍ରମେ ଦେଶର ସମସ୍ତ ଷ୍ଟିଲ କମ୍ପାନୀ ଏବେ ୨୪ ଘଣ୍ଟିଆ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତିରେ ଲାଗିଥିବାରୁ ଏସବୁ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଯାଏଁ ଷ୍ଟିଲ୍ ପ୍ଲାଣ୍ଟ ଗୁଡ଼ିକରୁ ବିଭିନ୍ନ ରାଜ୍ୟକୁ ୧ ଲକ୍ଷ ୪୩ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି ବୋଲି ଜଣାଯାଇଛି।

You might also like