ପୁଲ୍‌ୱାମା ବଦ୍‌ଲା: ଆତଙ୍କବାଦୀ ଶିବିର ଉପରେ ୧୦୦୦ କେଜି ଓଜନର ବୋମା ମାଡ଼ କଲା ଭାରତ

ନୂଆଦିଲ୍ଲୀ: ପୁଲ୍‌ୱାମା ହମ୍‌ଲାର ପ୍ରତିଶୋଧ ନେଲା ଭାରତ। ନିୟନ୍ତ୍ରଣ ସୀମାରେଖା (ଏଲ୍‌ଓସି) ପାର୍‌ କରି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରେଜ ଫାଇଟର ଜେଟ୍‌ସ୍‌ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା ମାଡ଼ କରାଯାଇଛି। ଭାରତୀୟ ବାୟୁସେନା ସୂତ୍ରରୁ ଏହି ସୂଚନା ମିଳିଛି।

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ଆତଙ୍କବାଦୀ ଶିବିର ଉପରେ ବାୟୁସେନା ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରି ଉଡ଼ାଇ ଦେଇଥିବା ସୂଚନା ମିଳିଛି।

ସେପଟେ, ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଘମାଘୋଟ ଆକ୍ରମଣ ପରେ ପାକିସ୍ତାନ କହିଛି ଯେ, ଭାରତୀୟ ବାୟୁସେନା ଏଲ୍‌ଓସିରେ ବାୟୁସୀମା ଉଲ୍ଲଂଘନ କରିଛି।

ଗତ ୧୪ ତାରିଖରେ ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା।

ସୂଚନାଥାଉ କି, ଉରିରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ୨୦୧୬ ମସିହାରେ ଭାରତ ଏଲ୍‌ଓସି ଅତିକ୍ରମ କରି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା। ଏହି ଷ୍ଟ୍ରାଇକ୍‌ରେ ୭ଟି ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like