ଧରାପଡ଼ିଲା ପାକିସ୍ତାନର ମିଛ

ଚୀନ-ପାକିସ୍ତାନ ସମ୍ପର୍କର ହେଲା ଖୁଲାସା

ନୂଆଦିଲ୍ଲୀ : ଧରାପଡ଼ିଛି ପାକିସ୍ତାନର ମିଛ । ସାରା ବିଶ୍ୱ ସମ୍ମୁଖରେ ମିଛି କହିଛନ୍ତି ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରୀ ଶାହା ମେହେମୁଦ୍ କୁରେଶୀ । ୨୦୧୪ ପେଶାୱର୍ ହମଲା ପଛରେ ଥିବା ଅାତଙ୍କବାଦୀଙ୍କୁ ପ୍ରୋତ୍ସାହନ ଭାରତ ଯୋଗାଇ ଥିବା ଭଳି ସାଂଘାତିକ ମିଛି କହିଛନ୍ତି ପାକ୍ ମନ୍ତ୍ରୀ । ଯାହାକୁ ରାଇଟ୍ ଟୁ ରିପ୍ଲାଏ ଜରିଅାରେ କଡ଼ା ଜବାବ ରଖିଛି ଭାରତ ।

ପାକିସ୍ତାନ ମନ୍ତ୍ରୀଙ୍କ ଏପରି ବୟାନ ଅାଦୌ ଶୋଭନୀୟ ନୁହଁ । ପାକ୍‌ର ଘୃଣାସ୍ପଦ ମନ୍ତବ୍ୟ ମୃତକଙ୍କ ପ୍ରତି ଅପମାନ ସୂଚକ ବୋଲି କହିଛନ୍ତି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଇନାମ ଗମ୍ଭୀର । ପାକିସ୍ତାନ ନିଜ ମାଟିରେ ବିଶ୍ୱର ମୋଷ୍ଟ ୱାଣ୍ଟେଣ୍ଡ ୧୩୨ ଜଣ ଅାତଙ୍କବାଦୀକୁ ଅାଶ୍ରୟ ଦେଉଛି । ଅାତଙ୍କବାଦର ଶିକାର କହୁଥିବା ପାକ୍ ନିଜେ ଅାତଙ୍କୀଙ୍କ ପାଇଁ ସ୍ୱର୍ଗ ପାଲଟିଥିବା କହିଛନ୍ତି ଇନାମ୍ ।

କେବଳ ଏତିକି ନୁହଁ ପାକିସ୍ତାନ ନିଜ ଦୋଷ ଲୁଚାଇବାକୁ ବାରମ୍ବାର ପ୍ରୟାସ କରିଛି । ଜାତିସଂଘରେ ଉଦ୍‌ବୋଧନ ଦେଇ ପାକିସ୍ତାନ, ଚୀନ ସହ ନିଜର ସମ୍ପର୍କକୁ ନେଇ ଖୁଲାସା କରିଛି । ଓବିଓଅାର୍ ପ୍ରକଳ୍ପକୁ ଖୋଲା ସମର୍ଥନ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ଯାହା ପରେ ଚୀନ ଏବଂ ପାକିସ୍ତାନର ମିଳିତ ଚାଲ୍ ପଦାରେ ପଡ଼ିଛି ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍‌ଙ୍କ ବୟାନକୁ ରାଇଟ୍ ଟୁ ରିପ୍ଲାଏ ଜରିଅାରେ ରଖିଛି ଭାରତ । ସେହିପରି ଗତକାଲି ସୁଷମା ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ପାକିସ୍ତାନର ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଭାରତ କଥାବାର୍ତ୍ତା ଅାଗକୁ ବଢି ନଥିବା ସେ ସ୍ପଷ୍ଟ କରିଥିଲେ ।

 

You might also like