ବିପଦରେ ବନ୍ଧୁ ଭାରତ: କେଉଁ ଦେଶକୁ କେତେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବ୍‌ଲେଟ୍‌ ଯୋଗାଇଲା ପଢ଼ନ୍ତୁ

ଭାରତ ପାଖରେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବ୍‌ଲେଟ୍‌ ଆବଶ୍ୟକ ପରିମାଣରେ ଅଛି ତ ?

ନୂଆଦିଲ୍ଲୀ: ଏବେ ବିଶ୍ୱ ପାଇଁ ସାହାଯ୍ୟ ଓ ସାହାରାର ଏକମାତ୍ର ଉତ୍ସ ହେଉଛି ଭାରତ। ମହାମାରୀ କରୋନା ପରେ ସାରା ବିଶ୍ୱକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ପ୍ରଦାନ କରାଯାଇଛି।

ତେବେ ପ୍ରଥମେ ଆମେରିକାକୁ ଦିଆଯାଇଛି। ଆଉ ଏହା ଏବେ ଆମେରିକାରେ ପହଞ୍ଚି ସାରିଛି। ପ୍ରଥମ ପର୍ଯ୍ୟାୟରେ ୩୫.୮୨ ଲକ୍ଷ ଟାବଲେଟ୍ ସ୍ୱତନ୍ତ୍ର କାର୍ଗୋ ବିମାନରେ ଆସି ଆମେରିକାର ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିଥିବା ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ ସୂଚନା ଦେଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ ପରେ ମେଡିସିନ୍ ପଠାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମତି ପ୍ରଦାନ କରିଥିଲେ। ମାନବିକତା ଦୃଷ୍ଟିରୁ ଏହି ଔଷଧ ପଠାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଏହାସହ ୯ ମେଟ୍ରିକ ଟନ ଓଜନର ଏପିଆଇ ବା ହାଇଡ୍ରୋକ୍ସିକ୍ଲୋରୋକୁଇନ ମେଡିସିନ ତିଆରି ପାଇଁ ଆବଶ୍ୟକ ସମାଗ୍ରୀ ଯୋଗାଇ ଦେଇଛି ଭାରତ। ଦେଶରେ କରୋନା ମୁକାବିଲା ଲାଗି ଟ୍ରମ୍ପ ୨୯ ମିଲିଅନ ଡୋଜ୍ ଆବଶ୍ୟକ କରିଥିଲେ ତେବେ ଔଷଧ ପହଞ୍ଚିବା ପରେ ଟ୍ରମ୍ପଙ୍କ ଜଣେ ଟ୍ରମ୍ପଙ୍କ ସମର୍ଥକ କହିଛନ୍ତି ଯେ, ଭାରତର ଏ ସାହାଯ୍ୟ ଆମେରିକା କେବେ ଭୁଲି ପାରିବ ନାହିଁ।

ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ମୋଟ ୧୩ଟି ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ମେଡିସିନ ଯୋଗାଇଛି ଭାରତ।
ସେଗୁଡ଼ିକ ହେଲା- ଆମେରିକା, ସ୍ପେନ୍, ଜର୍ମାନୀ, ବାହାରିନ୍, ବ୍ରାଜିଲ୍, ନେପାଳ, ଭୁଟାନ୍, ଆଫଗାନିସ୍ତାନ, ମାଲଡିଭସ୍, ବାଂଲାଦେଶ, ସେୟଚେଲେସ୍, ମୋରିସିୟସ୍ ଏବଂ ଡୋମିନିକାନ୍ ରିପବ୍ଲିକ୍‌କୁ ଦିଆଯାଇଛି।

ଆମେରିକା ମାଗିଥିବା ୪୮ ଲକ୍ଷ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବଲେଟ୍‌ରୁ ୩୫ ଲକ୍ଷ  ୮୨ ହଜାର ଟାବ୍ଲେଟ୍ ଦିଆଯାଇଛି। ସେହିପରି ବାଂଲାଦେଶକୁ ୨୦ ଲକ୍ଷ, ନେପାଳକୁ ୧୦ ଲକ୍ଷ, ଭୂଟାନକୁ ୨ ଲକ୍ଷ, ଶ୍ରୀଲଙ୍କାକୁ ୧୦ ଲକ୍ଷ ଟାବଲେଟ୍ ପ୍ରଥମ ପର୍ଯ୍ୟାୟରେ ଦିଆଯାଇଛି। ଆଫଗାନିସ୍ତାନକୁ ୫ ଲକ୍ଷ ଏବଂ ମାଲଦ୍ୱୀପ୍‌କୁ ୨ ଲକ୍ଷ ଟାବଲେଟ୍ ଦିଆଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାଛଡ଼ା ଦ୍ୱିତୀୟ ପର୍ଯ୍ୟାୟରେ ଜର୍ମାନୀକୁ ୫୦ ଲକ୍ଷ ଟାବଲେଟ୍ ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଯେଉଁ ରାଷ୍ଟ୍ର ପ୍ରଥମେ ଭାରତକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ମାଗିଥିଲେ ସେହି ଅନୁସାରେ ଏହାକୁ ଯୋଗାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଏହାଛଡ଼ା ଭାରତ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ କିଛି ଆଫ୍ରିକାନ୍ ରାଷ୍ଟ୍ରକୁ ୪୩୦ ମିଲିୟମନ୍ ପାରାସିଟାମଲ୍ ଟାବଲେଟ୍ ପ୍ରଦାନ କରିଛି।

ତେବେ ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବ୍ଲେଟ୍। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ଦେଶ ପାଇଁ ଆଗାମୀ ଏକ ସପ୍ତାହରେ ୧ କୋଟି ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ୍ ଆବଶ୍ୟକ ରହିଛି। ହେଲେ ଆମ ଦେଶରେ ଏବେ ୩.୨୮ କୋଟି ଟାବଲେଟ୍ ମହଜୁଦ୍ ଅଛି। ଯଦି ମାସକ ପାଇଁ ଆକଳନ କରାଯାଏ, ତା ହେଲେ ଦେଶ ପାଇଁ ୧.୬ କୋଟି ଟାବଲେଟ୍ ଆବଶ୍ୟକ ହେବ। ଦେଶରେ ତାଠାରୁ ବି ଅଧିକ ଟାବଲେଟ୍ ଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍। ଏହାଛଡ଼ା ଅନ୍ୟ ରାଷ୍ଟ୍ରକୁ ଏହି ଟାବ୍‌ଲେଟ୍ ରପ୍ତାନୀ ପରେ ଏବେ ଏହାର ପ୍ରସ୍ତୁତିକୁ ବି ବଢ଼ାଯାଇଥିବା ସେ କହିଛନ୍ତି।

You might also like