ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ୫୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି  ୫୨ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି   ୫୨ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ। ପ୍ରଥମ ଥର ପାଇଁ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିସହିତ  ୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୪ ହଜାର ୯୬୮କୁ ବୃଦ୍ଧି ପାଇଛି ।

ଦେଶରେ ଏବେ ଯାଏଁ ୧୫ ଲକ୍ଷ ୮୩ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୨୮ ହଜାରରୁ ଅଧିକ ଚିକିତ୍ସାଧୀନ ଅଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି ୧୦ ଲକ୍ଷରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଦେଶରେ ସୁସ୍ଥ ଲୋକଙ୍କ ହାର ୬୪.୪୩ ପ୍ରତିଶତ ରହିଛି। ଅର୍ଥାତ୍‌ ଯେତିକି ନମୂନା ପରୀକ୍ଷା କରଯାଉଛି ତାହାର ୧୧.୬୭ ପ୍ରତିଶତ ପଜିଟିଭ ଆସୁଛି।

ସୂଚନାଥାଉ କି, ୨୯ ଜୁଲାଇରେ ଦେଶରେ ୪, ୪୬, ୬୪୨ ନମୂନା ପରୀକ୍ଷା କରାଯାଇଛି। ୨୯ ଜୁଲାଇ ପର୍ଯ୍ୟନ୍ତ ମୋଟ ୧, ୮୧, ୯୦, ୩୮୨ ନମୂନା ପରୀକ୍ଷା କରାଯାଇଛି।

 

 

ଆହୁରି ପଢ଼ନ୍ତୁ

You might also like