ଦେଶରେ ବର୍ଷକରେ କମିଛି ୮୨% ଟ୍ରିପଲ ତଲାକ କେସ

ନୂଆଦିଲ୍ଲୀ: ଉଚ୍ଛେଦ ହୋଇଛି ଟ୍ରିପଲ୍ ତଲାକ। ତିନି ତଲାକକୁ ଅପରାଧ ମାନ୍ୟତା ମିଳିବାର ଏକ ବର୍ଷ ବିତିଛି। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା॥

ଏହି ନିୟମ ଅନୁଯାୟୀ, କୌଣସି  ବ୍ୟକ୍ତି ନା ଟ୍ରିପଲ୍ ତଲାକ ଦେଇପାରିବେ ନା ଏହା ସମାଜରେ ଗ୍ରହଣୀୟ ହେବ।  ଏହି ଐତିହାସିକ ବିଲ୍ ଆଇନରେ ପରିଣତ ହେବା ପରେ ଶହ ଶହ ବର୍ଷ ଧରି ଚାଲିଥିବା ନିୟମରେ ସୁଧାର ଆସିଥିଲା।  ବର୍ଷ ପୂର୍ତ୍ତି ଅବସରରେ ଆଜି ଭିଡିଓ କନ୍‌ଫରେନ୍ସିଂରେ ମୁସଲିମ୍ ମହିଳାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର କଂଗ୍ରେସକୁ ସମାଲୋଚନା କରିବା ସହ ଭୋଟ ବ୍ୟାଙ୍କକୁ ଡରି ମୁସଲିମ୍‌ ମହିଳାଙ୍କ ଅଧିକାରକୁ ନେଇ ଖେଳୁଥିଲେ ବୋଲି କହିଥିଲେ। କଂଗ୍ରେସ ୮୦ ଦଶକ କ୍ଷମତାରେ ରହିବାର ସୁଯୋଗ ପାଇଥିଲେ ମଧ୍ୟ ଏ ଦିଗରେ ଦୃଷ୍ଟି ଦେଇ ନ ଥିଲେ। ମୁସ୍‌ଲିମ୍‌ ମହିଳା ଅଧିକାର ଦିବସରେ ଉଦ୍‌ବୋଧନ ଦେଇ ଇରାନୀ କହିଥିଲେ ଯେ, ଏହି ଦିନ କେବଳ ମୁସ୍‌ଲିମ ସଂପ୍ରଦାୟ ମହିଳାଙ୍କ ପାଇଁ ନୁହେଁ, ବରଂ ସେହି ମହିଳାଙ୍କ ପାଇଁ ଯେଉଁମାନେ ନିଜ ଲିଙ୍ଗଗତ ପାର୍ଥକ୍ୟକୁ ନେଇ ଗର୍ବିତ।

ମନ୍ତ୍ରୀ ମୁଖ୍‌ତାର ଅବ୍ବାସ ନକ୍‌ଭି କହିଛନ୍ତି, ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ୮୨ ପ୍ରତିଶତ ଟ୍ରିପଲ ତଲାକ କେସ ହ୍ରାସ ପାଇଛି।

You might also like