ସ୍ଥଳପଥରେ ପଡ଼ୋଶୀ ଦେଶକୁ ଯାତାୟାତ ବନ୍ଦ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସ୍ଥଳପଥରେ ପଡ଼ୋଶୀ ଦେଶକୁ ଯାତାୟାତ ବନ୍ଦ କଲା ଭାରତ। ଭାରତରୁ ବାଂଲାଦେଶ, ନେପାଳ, ଭୂଟାନ, ମିଆଁମାର ସୀମାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିଛି ଭାରତ। ଏନେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଆଜିଠୁ ଅନିର୍ଦ୍ଧିଷ୍ଟକାଳ ଯାଏ ସ୍ଥଳପଥରେ ଯାତାୟାତ ବନ୍ଦ ହୋଇଛି।

ସେହିପରି ଭାରତରୁ ପାକିସ୍ତାନ ଯିବାକୁ ଥିବା ପ୍ରବେଶ ପଥକୁ ଆସନ୍ତାକାଲି ମଧ୍ୟରାତ୍ରି ୧୨ଟାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରାଯିବ। ଏନେଇ ସୀମା ସଂଲଗ୍ନ ରାଜ୍ୟ ସରକାର ଓ ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ଅବଗତ କରାଯାଇଛି।

ପଡ଼ୋଶୀ ଦେଶକୁ ଯିବା ପାଇଁ ଆସାମ, ବିହାର ,ମେଘାଳୟ, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପ୍ରବେଶ ପଥ ରହିଛି। ପଡ଼ୋଶୀ ଦେଶକୁ ଯାଉଥିବା ଯାତ୍ରୀବାହୀ ବସ୍ ଓ ଟ୍ରେନ୍ ସେବାକୁ ଏପ୍ରିଲ୍‌ ୧୫ ତାରିଖ ଯାଏ ବନ୍ଦ ରଖାଯାଇଛି।

You might also like