ଟ୍ରମ୍ପ କହିଲେ ‘ମୋଦିଙ୍କ ସହ କଥା ହୋଇଛି’, ଭାରତ କହିଲା ‘ମିଛ କଥା’

ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଯେଉଁ ସ୍ଥିତି ଉପୁଜିଛି ତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଭଲ ମୁଡ୍ ରେ ନାହାନ୍ତି ବୋଲି କହିଛନ୍ତି ଟ୍ରମ୍ପ। ସେ ଏକଥା ମଧ୍ୟ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବଡ଼ ସଂଘର୍ଷ ଚାଲିଛି।  ୧. ୪ ବିିଲିୟନ ଜନସଂଖ୍ୟା ଥିବା ଏହି ଦୁଇ ରାଷ୍ଟ୍ର ସାମରିକ କ୍ଷେତ୍ରରେ ବେଶ୍ ମଜବୁତ ଅଛନ୍ତି ।

ତେବେ ଟ୍ରମ୍ପଙ୍କ ଏହି କଥାକୁ ଭାରତ ଖଣ୍ଡନ କରିଛି। ଟ୍ରମ୍ପଙ୍କ ସହ  ପ୍ରଧାନମନ୍ତ୍ରୀ ମୋଦିଙ୍କର କୌଣସି ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। ଶେଷ ଥର ପାଇଁ ଦୁଇ ଶୀର୍ଷ ନେତା ଏପ୍ରିଲ ୪ ତାରିଖରେ ହୋଇଥିଲା। ଆଉ ଏହି କଥାବାର୍ତ୍ତା ହାଇଡ୍ରୋକ୍ଲୋରୋକୁଇନ୍‌ ଔଷଧ ପ୍ରସଙ୍ଗରେ ହୋଇଥିଲା।

ସୀମା ବିବାଦକୁ ନେଇ ଭାରତ ଭଳି ଚୀନ୍ ମଧ୍ୟ ଖୁସି ନଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ଟ୍ରମ୍ପ । ପୂର୍ବରୁ ସେ ଟ୍ୱିଟ୍ କରି ଚୀନ-ଭାରତ ସୀମା ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଭାରତ-ଚୀନ ମଧ୍ୟରେ ବହୁତ ବଡ ବିବାଦ ଦେଖାଦେଇଛି। ଦୁଇ ଦେଶ ପାଖରେ ଶକ୍ତିଶାଳୀ ସେନା ଅଛନ୍ତି। ଭାରତ ଖୁସି ନାହିଁ। ଚୀନ ମଧ୍ୟ ଖୁସି ନାହିଁ।

ଭାରତ-ଚୀନ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଆପଣ ଚିନ୍ତିତ କି ବୋଲି ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ‘ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା କରିଥିଲି। ଚୀନ ସହ ଯେପରି ସ୍ଥିତି ଉପୁଜିଛି ସେ ନେଇ ତାଙ୍କର ମୁଡ୍‌ ଠିକ ନାହିଁ।‘

ସେପଟେ ଖବର ସରବରାହ ସଂସ୍ଥା ଏଏନଆଇ କହିଛି ଯେ, ଚୀନ୍- ଭାରତ ସୀମା ବିବାଦ ପ୍ରସଙ୍ଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମୋଦି କଥାବାର୍ତ୍ତାକୁ ଖଣ୍ଡନ କରିଛି । ବୈଦେଶିକ ମନ୍ତ୍ରାଳୟ ଶେଷ ଥର ପାଇଁ ମୋଦି-ଟ୍ରମ୍ପ ଏପ୍ରିଲ ୪ ତାରିଖରେ ଫୋନ୍ ଯୋଗେ କଥା ହୋଇଥିଲେ ବୋଲି କୁହାଯାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକଥା ସ୍ପଷ୍ଟ କରାଯାଇଛି ଯେ, ଡିପ୍ଲୋମାଟିକ ସ୍ତରରେ ଚୀନ୍‌ ସହ ସମ୍ପର୍କ ରଖାଯାଇଛି।

ତେବେ ଭାରତ-ଚୀନ ମଧ୍ୟରେ ବିବାଦ ତେଜୁଥିବାବେଳେ ଆମେରିକାର ହସ୍ତକ୍ଷେପ ଯୋଗୁ ଚୀନର ସ୍ୱର ନରମିଛି। ଭାରତରେ ଥିବା ଚୀନ୍ ରାଜଦୂତ ସୁନ ବିଡୋଙ୍ଗ କହିଛନ୍ତି, ଦୁଇ ଦେଶ ପକ୍ଷରୁ କାହା ପ୍ରତି ବିପଦର ଆଶଙ୍କା ନାହିଁ। ଚୀନର ସରକାରୀ ଖବରକାଗଜ ପକ୍ଷରୁ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦଇଛି। ତେବେ ଏହାର ସମାଧାନ ପାଇଁ ଆମେରିକାର ହସ୍ତକ୍ଷେପ ଆବଶ୍ୟକ ନାହିଁ। ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଆମ ଏହାର ସମାଧାନ କରିବୁ। ଏହି ଖବରକାଗଜ ଏକଥା ମଧ୍ୟ ଲେଖିଛି ଦୁଇ ଦେଶ ଆମେରିକା ପ୍ରତି ସତର୍କ ରହିବା ଉଚିତ୍‌।

You might also like