କରୋନା ଅପ୍‌ଡେଟ୍: ଆଜି ବି ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: କ୍ରମାଗତଭାବେ ଚତୁର୍ଥ ଦିନ ଧରି ଦେଶରେ ୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୮ ହଜାର ୧୭୧ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥି ସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୯୮ରେ ପହଞ୍ଚିଛି। ସେପଟେ ସଂକ୍ରମିତ ବ୍ୟକ୍ତିଙ୍କ ଆରୋଗ୍ୟ ହାର ୪୮.୦୭%କୁ ବୃଦ୍ଧି ପାଇଛି।

ଗତକାଲି ଗୋଟିଏ ଦିନରେ ୩୭୦୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ଦେଶରେ ମୋଟ ୯୫, ୫୨୭ ଜଣ ସୁସ୍ଥ ହେଲେଣି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।

ସେହିଭଳି ଦେଶରେ ୯୭ ହଜାର ୫୮୧ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୭୦ ହଜାର ୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୩୬୨ଜଣଙ୍କ ମୃତ୍ୟୁ ହୋଇଛି।

You might also like