ଦେଶରେ ଦିନକୁ ଦିନ ସଂଗୀନ ହେଉଛି କରୋନା ସ୍ଥିତି: ୯ ହଜାର ୯୮୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି। ପୂର୍ବରୁ ହାଜାରେ ଦୁଇ ହଜାର ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏବେ ଗୋଟିଏ ଦିନରେ ୮, ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଏହି ସଂଖ୍ୟାରେ କମ୍‌ ହୋଇନି। ଆଜି ଦିନକରେ ୯ ହଜାର ୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୦୬ ଜଣ ଜୀବନ ନେଇଛି କରୋନା ମହାମାରୀ।

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୨ ଶହରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୬୧୧ ହୋଇଛି। ସେହିଭଳି ୧ ଲକ୍ଷ ୨୪ ହଜାର ୪୨୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି।

ଏବେ ଦେଶରେ ଆକ୍ଟିଭ କେସ୍ ଲକ୍ଷେ ୨୪ ହଜାର ୯୮୧  ରହିଛି।  ସେମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସବୁଠାରୁ ଉଦବେଗଜନକ ସ୍ଥିତି ରହିଛି ମହାରାଷ୍ଟ୍ରରେ। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୮୬ ହଜାର  କେବଳ ମୁମ୍ବାଇରେ ୪୮ ହଜାରରୁ ଅଧିକ ପଜିଟିଭ ଅଛନ୍ତି। ମହାରାଷ୍ଟ୍ରରେ ୩ ହଜାର ୬୦ ଜଣଙ୍କ ଜୀବନ ନେଇଛି କରୋନା।

ସେହିଭଳି ଗୁଜରାଟ, ଦିଲ୍ଲୀ, ତାମିଲନାଡୁର ସ୍ଥିତି ମଧ୍ୟ ଭୟଙ୍କର ରୂପ ନେଇଛି। ଗୁଜରାଟରେ ଆକ୍ଟିଭ୍‌ ସଂଖ୍ୟା ୫୧୮୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୪୯ ରହିଛି। ଦିଲ୍ଲୀରେ ଆକ୍ଟିଭ୍‌ ସଂଖ୍ୟା ୧୭୧୨୫ ଓ ମୃତ୍ୟୁ ସଂଖ୍ୟା ୮୧୨ରେ ପହଞ୍ଚିଛି। ଆଉ ତାମିଲନାଡୁରେ ୧୪୩୯୯ ଆକ୍ଟିଭ୍‌ କେସ୍‌ ଥିବା ବେଳେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୨୬୯ରେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇବା ପରେ ସେ ହୋମ୍ ଆଇସୋଲେସନରେ ଅଛନ୍ତି। କାଲି ତାଙ୍କର ଟେଷ୍ଟ ହେବ।

You might also like