ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି  । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୫୨,୬୪୭ । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୧ ହଜାର ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମଳିଛି । କରୋନାମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲୁ ରହିଛି । ଏପର୍ଯ୍ୟନ୍ତ ୫କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣଙ୍କୁ ଟିକା ଦିଆଯାଇଛି ।

୧୬ ଅକ୍ଟୋବର ୨୦୨୦ ପରେ ଆଜି ସର୍ବାଧିକ ସଂଖ୍ୟକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ୧୬ ଅକ୍ଟୋବରରେ ସର୍ବାଧିକ ୬୩,୩୭୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିଲା। ତେବେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କରୋନାର ଆରୋଗ୍ୟ ହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ କୋଭିଡ -୧୯ ସଂକ୍ରମଣକୁ ମାତ ଦେଇଥିବା ହାର ୯୪.୮ ପ୍ରତିଶତ ହୋଇ ଯାଇଛି। ଏଥି ସହିତ ମୃତ୍ୟୁ ହାର ୧.୩୫ ପ୍ରତିଶତ ହୋଇଥିବା ଜଣାପଡ଼ିଛି ।

ରାଜ୍ୟଗୁଡିକ ଦୃଷ୍ଟିରୁ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ନୂଆ ମାମଲା ଦେଖିବାକୁ ମିଳିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହେବାନେଇ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଭିଡ଼ ହ୍ରାସ, ଦିନକୁ ଦିନ ବଢଥିବା ସଂକ୍ରମଣକୁ ରୋକିବା ପାଇଁ କିଛି କଡ଼ା ପଦକ୍ଷେପ ନେବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି। ମାର୍ଚ୍ଚ ୨୮ ରବିବାର ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ନୂଆ ନିୟମ ଅନୁସାରେ ମଲ୍‌ଗୁଡ଼ିକ ରାତି ୮ଟାରୁ ସକାଳ ୭ଟା ଯାଏ ବନ୍ଦ ହେବ। ନାନ୍ଦେଡ ଓ ଭିଡ୍ ଜିଲ୍ଲାରେ ୧୦ ଦିନ ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍ ସରକାର ଘୋଷଣା କରିଛନ୍ତି।

You might also like