ପୁଣି ଡରାଇଲା କରୋନା : ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ

  • ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ
  • ଦେଶରେ ଦିନକରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ
  • ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି
  • ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଦିନକରେ ୫୩ ହଜାର ୪୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ କରୋନାରେ ୩୫୪ ଜଣ ପ୍ରାଣ ହରାଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ପାଇଛି  । ସେହିପରି ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି ।  ବର୍ତ୍ତମାନ ୫ ଲକ୍ଷ ୫୨ ହଜାର ୫୬୬  ସକ୍ରିୟ ସଂକ୍ରମିତ ଥିବା ବେଳେ ଏଯାଏଁ କରୋନାକୁ ହରାଇ ସୁସ୍ଥ ହେଲେଣି ୧ କୋଟି ୧୪ ଲକ୍ଷ ୪୩ ହଜାର ୩୦୧ ଜଣ । ଅନ୍ୟପଟେ ଦେଶରେ ଏଯାଏଁ ଟିକା ନେଇଛନ୍ତି ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣ ।

24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୭,୯୧୮, ଛତିଶଗଡରେ ୩,୧୦୮, କର୍ଣ୍ଣାଟକରେ ୨,୯୭୫ କେରଳରେ ୨,୩୮୯ ଏବଂ ତାମିଲନାଡୁରେ ୨,୩୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟ  ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୩୯ଜଣ, ପଞ୍ଜାବରେ ୬୪ ଜଣ, ଛତିଶଗଡରେ ୩୫ ଜଣ, କର୍ଣ୍ଣାଟକରେ ୨୧ ଜଣ ଏବଂ ତାମିଲନାଡୁରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।

ଭାରତରେ ଗତ ବର୍ଷ ୭ ଅଗଷ୍ଟରେ କୋଭିଡ -୧୯ ମାମଲା ୨୦ ଲକ୍ଷ ଅତିକ୍ରମ କରିଥିଲା।  ଆଉ ତା’ ପର ଠାରୁ ଦେଶରେ ଆହୁରି ବଢ଼ିବାରେ ଲାଗିଥିଲା କରୋନା ସଂକ୍ରମଣ । ଏହହା ପରେ ୨୩ ଅଗଷ୍ଟରେ ୩୦ ଲକ୍ଷ, ୫ ସେପ୍ଟେମ୍ବରରେ ୪୦ ଲକ୍ଷ ଏବଂ ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ ଅତିକ୍ରମ କରିଥିଲା ଆକ୍ରାନ୍ତଙ୍କ ସଂଖ୍ୟା।

You might also like