ଚୀନରୁ ଟେଷ୍ଟିଂ କିଟ୍‌ ଆଣିବାକୁ ମନା କଲା ଭାରତ

ନୂଆଦିଲ୍ଲୀ: ଚୀନର ଦୁଇ କମ୍ପାନୀ ଯୋଗାଇଥିବା ସମସ୍ତ ରାପିଡ୍ ଟେଷ୍ଟ କିଟ୍ ବାତିଲ କରିଛି କେନ୍ଦ୍ର ଭାରତକୁ ଚୀନ ତ୍ରୁଟିଯୁକ୍ତ କିଟ୍ ଯୋଗାଇଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତ ସରକାରଙ୍କର ଗୋଟିଏ ବି ଟଙ୍କା ନଷ୍ଟ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି।

ତେଣୁ ରାପିଡ୍ ଟେଷ୍ଟ କିଟ୍‌ରେ ପରୀକ୍ଷା ବନ୍ଦ ସହ ସମସ୍ତ କିଟ୍ ଫେରାଇବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। RT-PCR ଜରିଆରେ ଟେଷ୍ଟ ନିର୍ଭୁଲ ଏବଂ ଭରସାଯୋଗ୍ୟ ବୋଲି କୁହାଯାଇଛି। ଚଳିତ ମାସରେ ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସବୁ ରାଜ୍ୟଙ୍କୁ କେନ୍ଦ୍ର ସରକାର ଦେଇଥିଲେ। ତେବେ କିଛି ରାଜ୍ୟରୁ ଏନେଇ ଅଭିଯୋଗ ଆସିବା ପରେ କେନ୍ଦ୍ର ସମସ୍ତ କିଟ୍‌କୁ ବାତିଲ କରିଛି।

You might also like