ଭାରତରେ ୪ ଲକ୍ଷ ଟପିଲା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୧୫,୪୧୩

ନୂଆଦିଲ୍ଲୀ: ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ନୂଆ ୧୫ ହଜାର ୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୩୦୬ ଜଣଙ୍କର ଜୀବନ ଯାଇଛି। ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତ ୧ ଲକ୍ଷ ୬୯ ହଜାର ୪୫୧ ଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୨୭ ହଜାର ୭୫୬ ଜଣ।

କେବଳ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧ ଲକ୍ଷ ୨୮ ହଜାର ୨୦୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୯ଶହ ୮୪ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨୧୧୨, ଗୁଜରାଟରେ ୧୬୩୮, ତାମିଲନାଡୁରେ ୭୦୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସେହିପରି ଉତ୍ତର ପ୍ରଦେଶ ୫୦୭, ପଶ୍ଚିମବଙ୍ଗ ୫୪୦, ମଧ୍ୟପ୍ରଦେଶ ୫୦୧, ରାଜସ୍ଥାନ ୩୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମ୍‌ ରହିଛି। ସେଗୁଡ଼ିକ ହେଲା- ଆଣ୍ଡାମାନ ନିକୋବାର-୧୧, ମେଘାଳୟ ୧୦, ଦାଦ୍ରାନଗର ହାବେଳି ଓ ଡାମନ ଡିୟୁ ୪୨ ଓ ସିକ୍କିମ୍‌ରେ୪୫ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ଗତକାଲି ମଧ୍ୟ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ, ୧୩, ୫୮୬ ଆକ୍ରାନ୍ତ ହୋଇଥିବା ବେଳେ ୩୩୬ ଜଣଙ୍କ ଜୀବନ ଯାଇଥିଲା। ଲଗାତର ଏତେ ସଂଖ୍ୟା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହା ଦେଶ ପାଇଁ ଚିନ୍ତାର କାରଣ ହୋଇଛି।

 

You might also like