ଦେଶରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ; ୮୦୩ ମୃତ୍ୟୁ

ନୂଆଦିଲ୍ଲୀ: ଏବେ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ବଢ଼ି ଚାଲିଛି। ଆଜି ଦେଶରେ ଦିନକରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫, ୮୬,୨୯୮ ଆକ୍ଟିଭ୍ କେସ୍ ରହିଛି। ସେହିଭଳି ୧୨,୩୦,୫୦୯ ଜଣ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଦେଶରେ କରୋନା ସୁସ୍ଥ୍ୟ ହାର ୬୬% ଥିବା ସରକାର କହିଛନ୍ତି।

ସୂଚନା ଥାଉକି, ସର୍ବାଧିକ କରୋନା ଆକ୍ରାନ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାରା ବିଶ୍ୱରେ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି। ଭାରତ ଉପରକୁ ରହିଛି ବ୍ରାଜିଲ୍‌। ଏଠାରେ ମୋଟ ୨୭ ଲକ୍ଷ କରୋନା ପଜିଟିବ୍‌ ଚିହ୍ନଟ ହୋଇଛନ୍ତି ଯାହା ଭାରତ ଠାରୁ ୯ ଲକ୍ଷ  ଅଧିକ ବୋଲି ଜନ୍‌ ହୋପ୍‌କିନ୍ସ ୟୁନିଭର୍ସିଟିର କୋଭିଡ୍-୧୯ ଟାଲିରେ କୁହାଯାଇଛି।

ସଭା ଉପରେ ରହିଛି ଆମେରିକା। ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ରହିଥିବା ବେଳେ ୧.୫୫ ଲକ୍ଷ  ଲୋକଙ୍କର ଜୀବନ ଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ସାରା ବିଶ୍ୱରେ କରୋନା ମୃତ୍ୟ ସଂଖ୍ୟା ୬.୯୨ ଲକ୍ଷ ରହିଥିବା ବେଳେ ନିୟମିତ ଏହି ସଂଖ୍ୟାରେ ବୃଦ୍ଧି ହେଉଛି।

 

 

You might also like