ଭାରତ-ପାକ୍ ଅାଲୋଚନା ରଦ୍ଦ

ନୂଆଦିଲ୍ଲୀ : ହେବନି ଭାରତ ସହ ପାକିସ୍ତାନର ଅାଲୋଚନା । ନ୍ୟୁୟର୍କରେ ହେବାକୁ ଥିବା ଉଭୟ ଦେଶର ଅାଲୋଚନା ରଦ୍ଦ । ଅାଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ।

ଜମ୍ମୁ ଓ କାଶ୍ମୀରରେ ପୁଲିସ କର୍ମୀଙ୍କୁ ହତ୍ୟା ପରେ ବର୍ତ୍ତମାନ ପାଇଁ ଅାଲୋଚନାକୁ ରଦ୍ଦ ରଖିଛନ୍ତି ଭାରତ ସରକାର । ପାକିସ୍ତାନର ବର୍ବରତା ସାମ୍ନାକୁ ଅାସିଛି । ଯେଉଁଥି ପାଇଁ ଏହି ଅାଲୋଚନାରୁ ଭାରତ ଓହରି ଯାଇଥିବା କହିଛନ୍ତି ରବିଶ କୁମାର ।

କେବଳ ଏତିକି ନୁହଁ ଅାତଙ୍କବାଦୀଙ୍କ ବୁରହାନ୍ ୱାନିର ପୋଷ୍ଟାଲ ଷ୍ଟାପ୍ ପାକିସ୍ତାନ୍‌ରେ ରିଲିଜ୍ ହୋଇଛି। ଯାହା ଅାଦୌ ଗ୍ରହଣୀୟ ନୁହେଁ । ପାକିସ୍ତାନର ଦୋମୁହଁ ନୀତି ପୁଣି ଥରେ ବିଶ୍ୱ ସମ୍ମୁଖରେ ଉଜାଗର ହୋଇଥିବା ସେ କହିଛନ୍ତି ।

ନିକଟରେ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନରେ ୨୦ ଜଣ ଅାତଙ୍କବାଦୀଙ୍କ ନାଁରେ ପୋଷ୍ଟାଲ୍ ଷ୍ଟାପ୍ ରିଲିଜ୍ ହୋଇଛି । ଗତକାଲି ଇମ୍ରାନ୍ ଖାନ୍ ଭାରତକୁ ଅାଲୋଚନା ପାଇଁ ଚିଠି ଲେଖିଥିଲେ । କୁହାଯାଉଥିଲା ଚଳିତମାସ ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଉଭୟ ଦେଶର ମନ୍ତ୍ରୀ ଅାଲୋଚନା କରିଥାନ୍ତେ।

You might also like