ନୂଆ ବର୍ଷରେ ସୀମା ଲଙ୍ଘିଲା ପାକିସ୍ତାନ

ଜମ୍ମୁ-କାଶ୍ମୀର : ଆବର୍ଷରେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲାରେ ଖାରୀ କରମରା ଅଂଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା।

ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ସେପଟେ ସୀମାପାର ଅନୁପ୍ରବେଶ ଉଦ୍ୟମକୁ ନେଇ ଭାରତ ପକ୍ଷରୁ ପାକିସ୍ତାନ ହାଇକମିଶନରଙ୍କୁ ସମନ ଜାରି କରାଯାଇଛି। କିଛି ଦିନ ତଳେ ପୁଂଚ ସେରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା।

ଅକ୍ଟୋବର ୨୧ରେ ସୁନ୍ଦରବାନି ସେକ୍ଟରରେ ଗୁଳି ବିନିମୟରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହେବା ସହ ତିନିଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

You might also like