ବିଶ୍ୱବ୍ୟାଙ୍କ ରିପୋର୍ଟ: ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତର ଅର୍ଥ ବ୍ୟବସ୍ଥା। ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କର ୨୦୧୭ ବର୍ଷର ସୂଚୀରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ପଛକୁ ରହିଛି ଫ୍ରାନ୍ସ।  ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପିରେ ବ୍ୟାପକ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଭାରତର ଜିଡିପି ୨ ଦଶମିକ ୫୯୭ ଟ୍ରିଲିୟନ ଡଲାର ରହିଛି। ଅପରପକ୍ଷେ ଫ୍ରାନ୍ସର ରହିଛି ୨ ଦଶମିକ ୫୮୨ ଟ୍ରିଲିୟନ୍‌ ଡଲାର।

ଗତ ବର୍ଷ ଜୁଲାଇ ମାସ ପରଠାରୁ ଭାରତର ଅର୍ଥ ବ୍ୟବସ୍ଥା ଦୃଢ଼ ହେବାରେ ଲାଗିଛି।  ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏହି ସୂଚୀରେ ଆମେରିକା ଶୀର୍ଷରେ ରହିଛି। ଏହା ପଛକୁ ଚୀନ, ଜର୍ମାନୀ ଓ ଜାପାନ ଭଳି ଦେଶ ରହିଛନ୍ତି। ଆଇଏମ୍‌ଏଫ୍‌ ରିପୋର୍ଟ ଅନୁସାରେ ୨୦୧୯ ସୁଦ୍ଧା ଭାରତର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଛୁଇଁପାରେ ବୋଲି ଆକଳନ କରାଯାଇଛି। ବିଶ୍ୱ ବ୍ୟାଙ୍କ ରିପୋର୍ଟ ପ୍ରକାଶିତ ହେବା ପରେ ଏହି ମୋଦି ସରକାରଙ୍କ ଆର୍ଥିକ ସଂସ୍କାରର ପ୍ରଭାବ ବୋଲି କୁହାଯାଉଛି।

You might also like
Comments
Loading...