ବ୍ରାଜିଲ୍‌କୁ ଟପିଲା ଭାରତ: ୪୨ ଲକ୍ଷ ପାର୍‌ ହେଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବ୍ରାଜିଲ୍‌କୁ ଟପି ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ପାଲଟିଛି। ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନ ଓ ବ୍ରାଜିଲ୍‌ ତୃତୀୟ ସ୍ଥାନରେ ରହିଛି। ସେହିପରି ଋଷିଆ ଓ ପେରୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

Source: Worldometer

ଗତ ୨୪ ଘଣ୍ଟାରେ ଭାରତରେ ୯୦, ୮୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୧୬ ଜଣଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୧,୬୪୨ରେ ପହଞ୍ଚିଛି। ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୩କୁ ଛୁଇଁଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୩ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌-୮,୮୨,୫୪୨ ଥିବାବେଳେ ୩୨,୫୦,୪୨୯ଜଣ ସୁସ୍ଥ ହୋଇଛନ୍ତି। ୭୧,୬୪୨ଜଣଙ୍କ ମୃତ୍ୟୁ ଘଟିଛି।

You might also like