ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ ଓ ତୁର୍କୀ

ନୂଆଦିଲ୍ଲୀ: ଆମେରିକାର ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ। ଭାରତୀୟ ବଜାରରେ ଆମେରିକୀୟ ସାମଗ୍ରୀକୁ ଅବାଧ ପ୍ରବେଶ ନେଇ କଟକଣା ହେତୁ ଟ୍ରମ୍ପ ପ୍ରଶାସନ ଭାରତକୁ ଏହି ତାଲିକାରୁ ବାଦ୍ ଦେଇଛି। ଆମେରିକା ପ୍ରତିନିଧି ସଭାରେ ଏନେଇ ତଥ୍ୟ ରଖି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ତୁର୍କୀକୁ ଜିଏସ୍‌ପି ବା ଗ୍ଲୋବାଲାଇଜ୍‌ଡ୍ ସିଷ୍ଟମ୍‌ ଅଫ୍ ପ୍ରିଫରେନ୍‌ସ ନେସନ ତାଲିକାରୁ ଏହି ଦୁଇ ଦେଶକୁ ହଟାଯାଇଛି।

ଭାରତୀୟ ବଜାରରେ ଆମେରିକାର ଉତ୍ପାଦକୁ ଆମଦାନୀ କରି ସୁବିଧାରେ ଓ ସମାନତା ଭିତ୍ତିରେ ପ୍ରବେଶ ପାଇଁ ସୁଯୋଗ ଦେବାରେ ଭାରତ ବିଫଳ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

ଭାରତ ୧୯୭୦ ମସିହାରୁ ଏହି ସୁବିଧା ଉପଭୋଗ ପାଇ ଆସୁଥିଲା। ଜିଏସ୍‌ପି ତାଲିକାରେ ଥିବାରୁ ଭାରତ ଯେଉଁ ସାମଗ୍ରୀ ଆମେରିକାକୁ ରପ୍ତାନୀ କରୁଥିଲା, ତା ଉପରେ ଶୁଳ୍କ ଛାଡ଼ ମିଳୁଥିଲା। ଏହା ବଦଳରେ ଭାରତୀୟ ବଜାରରେ ଆମେରିକାର ଉତ୍ପାଦ ପ୍ରବେଶ ଉପରେ ଶୁଳ୍କ ଛାଡ଼ କରିବାକୁ ବାଧ୍ୟ କରାଯାଉଥିଲା। ପୂର୍ବରୁ ହାର୍ଲି ଡେଭିଡ୍‌ସନ ବାଇକ ଉପରେ ଶୁଳ୍କ କମାଇବାକୁ ବାଧ୍ୟ କରିଥିଲା ଆମେରିକା ଓ ଭାରତ ଏହାକୁ ଗ୍ରହଣ ମଧ୍ୟ କରିଥିଲା

You might also like