ଯୋଗୀଙ୍କୁ କଡ଼ା ଜବାବ ଦେଲେ ଓୱେସି

ବାପା ଭାରତରେ ଜନ୍ମ ହୋଇଛନ୍ତି, ଦେଶରେ ତାଙ୍କର ଅଧିକାର ରହିଛି

ହାଇଦ୍ରାବାଦ : ତେଲଙ୍ଗାନାର ହାଇଦ୍ରାବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଦେଇଥିବା ବୟାନର କଡ଼ା ଜବାବ ଦେଇଛନ୍ତି ଏଅାଇଏମ୍ଏମ୍ ନେତା ଅସଦୁଦ୍ଦିନ ଓୱେସି। ଭାରତ ତାଙ୍କ ବାପାଙ୍କ ଜନ୍ମ ମାଟି । ଅାଉ ବାପାଙ୍କ ଜନ୍ମ ମାଟିରେ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କେହି ତାଙ୍କୁ ବିଦା କରିପାରିବେ ନାହିଁ ବୋଲି ଜୋର ଦେଇ କହିଛନ୍ତି ।

ଗତକାଲି ଏକ ସାଧାରଣ ସଭାରେ ଯୋଗଦେଇ ଅସଦୁଦ୍ଦିନ ଓୱେସିଙ୍କ ବିରୋଧରେ ଗର୍ଜନ କରିଥିଲେ। କହିଥିଲେ, ତେଲଙ୍ଗାନାରେ ବିଜେପି କ୍ଷମତାକୁ ଅାସିଲେ ଓୱେସି ଭାରତ ଛାଡ଼ି ପଳାଇବେ। ଏହାପରେ ଓୱେସି ଯୋଗୀଙ୍କୁ କଡ଼ା ଜବାବ ଦେଇଥିଲେ।

 

You might also like