ଦେଶରେ କରୋନା ସ୍ଥିତି ଭଲ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶର ସ୍ଥିତି ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡକ୍ଟର ଯୋଶେଫ ମାର୍ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜନ୍ମଦିବସ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ସମ୍ବୋଧନ କରିବା ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ହାରଠାରୁ ସୁସ୍ଥ ହେବା ହାର ଅଧିକ ରହିଛି। କରୋନା ଯୋଦ୍ଧାଙ୍କ ଅନବରତ ଓ ନିରବଛିନ୍ନ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ବର୍ଷ ଆରମ୍ଭରେ କରୋନା ଯୋଗୁଁ ଭାରତର ସ୍ଥିତି ଦୋହଲିଯିବ ବୋଲି କୁହାଯାଉଥିଲା। ହେଲେ ଭାରତ ଏବେ ଖୁବ୍ ଭଲ ସ୍ଥିତିରେ ରହିଛି ବୋଲି ମୋଦି କହିଛନ୍ତି।

ସେପଟେ ଭାରତର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବର୍ଷବର୍ଦ୍ଧାନ। ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩ ପ୍ରତିଶତ ରହିଛି। ଯାହା ବହୁତ କମ୍‌ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

 

ଆହୁରି ପଢ଼ନ୍ତୁ

କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ରହିଛି ICU ବେଡ୍

ସଫଳ ହେଲା କରୋନା ଭ୍ୟାକସିନ୍ କ୍ଲିନିକାଲ୍ ଟ୍ରାଏଲ୍!

ହସ୍ପିଟାଲକୁ କରୋନା ମୁକ୍ତ ପାଇଁ ୩ ସୂତ୍ର

ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ଅମିତାଭଙ୍କ ପରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କ ଘରକୁ ପଶିଲା କରୋନା

ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

You might also like