ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ସୀମାରେ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଏଲ୍‌ଏସି ସୀମାରେ ଚାଇନା ତାର ଫାଇଟର୍ ଏୟାର୍‌କ୍ରାଫ୍ଟ ଓ ହେଲିକପ୍ଟର ଉଡ଼ାଉଥିବା ବେଳେ ତ୍ୱରିତ ପଦକ୍ଷେପ ନେଇ ଭାରତ ମଧ୍ୟ ପଶ୍ଚିମ ଲଦାଖ ସେକ୍ଟର୍‌ରେ ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ମୁତୟନ କରିଛି।

ସୀମାରେ ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ଚାଇନା ତରଫରୁ କୌଣସି ଅପ୍ରିତିକର ପରିସ୍ଥିତିର ଯବାବ ଦେବାକୁ ଭାରତ ପକ୍ଷରୁ ମଧ୍ୟ ଅତ୍ୟାଧୁନିକ ଫାଇଟର୍ ଜେଟ୍‌ ମୁତୟନ କରାଯାଇଛି। ଉଭୟ ବାୟୁସେନା ଓ ସ୍ଥଳସେନାର ଫାଇଟର୍ ଜେଟ୍‌ ସୀମାକୁ ପଠାଇଯାଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ଗତ କିଛି ସପ୍ତାହ ମଧ୍ୟରେ ଚାଇନା ସୁଖ୍‌ଓଇ-୩୦ ଭଳି ପାୱାର୍‌ଫୁଲ୍‌ ଫାଇଟର୍ ଏୟାକ୍ରାଫ୍ଟ କିଣିଛି। ଏହି ଏୟାର୍‌କ୍ରାଫ୍ଟକୁ ଭାରତୀୟ ସୀମାରେ ଉଡାଇଛି ଚୀନ। ତେବେ ଖୁବ୍‌ଶୀଘ୍ର ଭାରତ ମଧ୍ୟ ମିତ୍ର ରାଷ୍ଟ୍ରମାନଙ୍କଠାରୁ ଶକ୍ତିଶାଳି ଫାଇଟର୍ ପ୍ଲେନ୍‌ ଆଣିବ ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ଚାଇନା ଏଲ୍‌ଏସୀର ସମସ୍ତ ବିବାଦୟୀ ସୀମାର ଖୁବ୍‌ ନିକଟତର ହେଲିକପ୍ଟର ଉଡ଼ାଉଛି। ଗଲୱାନ ଭ୍ୟାଲି ନିକଟସ୍ଥ ପାଟ୍ରୋଲିଂ ପଏଣ୍ଟ ୧୪, ୧୫ ଓ ୧୭ ଏବଂ ୧୭A, ତା ସହିତ ପାନଙ୍ଗଙ୍ଗ ହ୍ରଦ ଓ ଫିଙ୍ଗର ଏରିଆ ନିକଟରେ ବି ଚାଇନା ତାର ଏୟାର୍‌କ୍ରାଫ୍ଟ ଉଡ଼ାଇବାରେ ଲାଗିଛି। ହେଲିକପ୍ଟର ଉଡ଼ାଇ ଧୀରେ ଧୀରେ ଫିଙ୍ଗର ୩ ଏରିଆ ନକିଟତର ହେଉଛି ଚୀନ।  ଏହାପରେ  ତୁରନ୍ତ ସକ୍ରିୟ ହୋଇଛି ଚୀନ। ଚାଇନାକୁ ଯବାବ ଦେବାକୁ ଭାରତ ମଧ୍ୟ ତାର ଏୟାର ଡିଫେନ୍ସ ସିଷ୍ଟମକୁ ସୀମା ଆଡ଼େ ନେଇଛି।

You might also like