ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ମୌସୁମୀ ପ୍ରବାହ ପ୍ରାୟତଃ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ ବୋଲି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ନାୟର କହିଛନ୍ତି।

ଚଳିତ ବର୍ଷ ବୃଷ୍ଟିପାତ ହାର ୯୬ ପ୍ରତିଶତ ରହିବ। ଏଣୁ ୯୬ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ବୋଲି ଧରାଯାଇଥାଏ। ଏହାସହ ଆଇଏମ୍‌ଡି ଆହୁରି କହିଛି ଯେ, ଦେଶର ସମସ୍ତ ଭାଗରେ ସ୍ୱାଭାବିକ ବର୍ଷା ହେବ। ତେବେ ମୌସୁମୀ ଆଗମନ ଉପରେ ଏଲ୍ ନିନୋର ପ୍ରଭାବ ରହିବା ନେଇ ଆଶଙ୍କା ରହିଛି।

ପ୍ରଶାନ୍ତ ମହାସାଗର ଉପରେ ଦେଖା ଦେଇଥିବା ଏଲ୍ ନିନୋ ଦୁର୍ବଳ ରହିଛି। ଏହା ଗ୍ରୀଷ୍ମ ଋତୁରେ ମଧ୍ୟ ସକ୍ରିୟ ରହିବ। ହେଲେ ଧିରେ ଧିରେ ଏହା ଦୁର୍ବଳ ହେବା ସମ୍ଭାବନା ଥିବାରୁ ମୌସୁମୀ ଆଗମନରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ। ଯଦି ଏଲ୍ ନିନୋ ପୁଣି ସକ୍ରିୟ ହୁଏ, ତା ହେଲେ ଜୁନ୍ ଏବଂ ଜୁଲାଇରେ ମୌସୁମୀ ଜନିତ ବୃଷ୍ଟିପାତ ପ୍ରଭାବିତ ହେବ।

ଆଉ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଆଇଏମ୍‌ଡି କହିଛି। ୨୦୧୪ ଓ ୧୫ରେ ଏଲ୍ ନିନୋ ଯୋଗୁଁ ମୌସୁମୀ ପ୍ରଭାବିତ ହୋଇଥିଲା। ୨୦୧୬ ମସିହାରେ ପୁଣି ସ୍ୱାଭାବିକ ହେବା ସହ ୨୦୧୭ ମସିହାରେ ମଧ୍ୟ ଭଲ ବର୍ଷା ହୋଇଥିଲା। ହେଲେ ଗତବର୍ଷ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ହୋଇଥିଲା।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକା ରାଜନୀତି: ରାଜ୍ୟପାଳଙ୍କ ଚିଠି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁମାରସ୍ୱାମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍‌ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ

ଯୋଗୀ ସରକାରଙ୍କ ପାଇଁ ଅଡ଼ୁଆ ହେବକି ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ

ଆସାମବାସୀଙ୍କୁ ବନ୍ୟା ଡର ସହିତ ଭୂକମ୍ପ ଝଟ୍‌କା

ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଦାବି

ସୋନ୍‌ଭଦ୍ରା ଗୁଳିକାଣ୍ଡ; ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ୍

ସୁପ୍ରିମକୋର୍ଟରେ ଇସ୍ଲାମ୍‌ ପତାକା ବିବାଦ ପ୍ରସଙ୍ଗ

ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା ହେବା ପ୍ରସଙ୍ଗରେ ଏମିତି କହିଲେ ପ୍ରଣବ ମୁଖାର୍ଜୀ

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି ରାଜନୀତି

ଇନ୍‌ଷ୍ଟାଗ୍ରାମ୍‌ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

You might also like