ଛପା ହେବନି ୨ ହଜାର ଟଙ୍କା!

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ଦୁଇ ହଜାର ଟଙ୍କିଆ ନୋଟର ଛପା ବନ୍ଦ ହୋଇଯାଇପାରେ। ଏନେଇ ସୂଚନା ଦେଇଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଗର୍ଗ।

ବର୍ତ୍ତମାନ ବଜାରରେ ଯଥେଷ୍ଟ ସଂଖ୍ୟକ ଦୁଇ ହଜାର ଟଙ୍କିଆ ନୋଟ୍ ମହଜୁଦ ଅଛି। ଏହାର ପରିମାଣ ଆବଶ୍ୟକଠାରୁ ଅଧିକ ରହିଛି। ତେଣୁ ୨ହଜାର ଟଙ୍କିଆ ନୋଟର ଛପା ନେଇ ଏବେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

You might also like