ବର୍ଷ ଶେଷ ସୁଦ୍ଧା ଚୀନ ସୀମାରେ ସଡ଼କ ନିର୍ମାଣ କାମ ଶେଷ କରିବ ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ବିସ୍ଫୋରକ ରୂପ ନେଇଛି । ଅନ୍ୟପକ୍ଷେ ଭାରତ ସୀମାରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ବର୍ଡର ରୋଡସ୍‌ ଅର୍ଗାନାଇଜେସନ‌୍ ଆଶା ରଖିଛି, ଚଳିତବର୍ଷ ଶେଷ ସୁଦ୍ଧା ୨୫୫ କିମି ଦୀର୍ଘ ଏଇ ସଡକର ନିର୍ମାଣ କାମ ଶେଷ ହେବ ।

ଏଠି କହି ରଖିବୁ, ନିର୍ମାଣ ଚାଲିଥିବା ଦାରବୁକ-ଶୌକ-ଦୌଲତବାଗ ଓଲଡି ସଡକ( Darbuk-Shyok-Daulat Beg Oldie-DSDBO)ରେ ପାଖାପାଖି ୮ଟି ଜଳାଶୟ ନିର୍ମାଣ ହେବ । ଏହି ସଡ଼କ ନିର୍ମାଣ ହେବା ପରେ ଲେହ ଏବଂ ଦୌଲତବାଗ ଓଲଡି ମଧ୍ୟରେ ପାଖାପାଖି ୬ ଘଣ୍ଟାର ଦୂରତ୍ୱ କମିଯିବ ।
ସରକାରୀ ସୂତ୍ରରୁ ପ୍ରକାଶ, ଏହି ୮ଟି ଜଳାଶୟ ସହ ସଡକ ନିର୍ମାଣ କାମ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପନ୍ନ କରିବା ପାଇଁ ଯୋଜନା ଚାଲିଛି । ଏଥିପାଇଁ ଲେହେ ୮ଟି ସ୍ଥାନରେ ଝାରଖଣ୍ଡର ଶ୍ରମିକ ପହଞ୍ଚି ଯାଇଛନ୍ତି। ସୂଚନାଥାଉ କି, ପାହାଡ଼ି ଇଲାକାରେ କାମ କରିବା ପାଇଁ ଝାରଖଣ୍ଡ ଶ୍ରମିକଙ୍କୁ କୌଣସି ସମସ୍ୟା ହୋଇ ନ ଥାଏ । ଖୁବ୍ ସହଜରେ ସେମାନେ ଏଇ ପାହାଡି ଇଲାକା ସହ ନିଜକୁ ଖାପ ଖୁଆଇ ନେଇଥାନ୍ତି ।

୨୦୧୪ରୁ ଏହି ସଡକ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଶ୍ୟୋକ ନଦୀ ପାର ହେବା ପରେ ଗ୍ୟେଲବା କ୍ଷେତ୍ରରେ ପାଟ୍ରୋଲିଂ ପଏଣ୍ଟ ୧୪କୁ ସଂଯୋଗ କରୁଥିବା ଜଳ।ଶୟ ମଧ୍ୟ ଏହି ସଡକରେ ରହିଛି । ଏହି ଘଟଣାକୁ ନେଇ ଭାରତ ଏବଂ ଚୀନ୍‌ ମଝିରେ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ସହ କିଛି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଚୀନ ସେନା ନିଜର ତୋପଖାନା ଏବଂ ରେଜିମେଣ୍ଟ ସହ ୧୦ ହଜାର ସେନାକୁ ଏଠାରେ ମୁତୟନ କରିଛି । ଏହାପରେ ଭାରତ ଏହାର ମୁକାବିଲା କରିବା ପରି ସୈନିକଙ୍କୁ ଏଠାରେ ମୁତୟନ କରିଛି । ତେବେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଛି ।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like