ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ପିଟି ପିଟି ମାରିଦେଲେ
ହାଇଦ୍ରାବାଦ୍: କୋର୍ଟରୁ କାମ ସାରି ପତି-ପତ୍ନୀ ଫେରୁଥିଲେ ଘରକୁ। କିଛି ସମୟ ପରେ ଘରେ ହୁଏତ ପହଞ୍ଚିଥାନ୍ତେ। ହେଲେ ଅତର୍କିତ ଆକ୍ରମଣର ଶିକାର ହେଲେ ଦମ୍ପତି। କିଛି ଦୁର୍ବୃତ୍ତ ଗାଡିରୁ ଓହ୍ଲାଇ ଆକ୍ରମଣ କରିବା ଆରମ୍ଭ କଲେ। ପିଟି ଦମ୍ପତିକୁ ମାରି ଦେଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାସ୍ତାରେ ଲୋକେ ଦୃଶ୍ୟର ଭିଡିଓ ରେକର୍ଡିଂ କରୁଥିଲେ। ହେଲେ କେହି ଉଦ୍ଧାର କରିବା ପାଇଁ ଆଗେଇ ଆସି ନ ଥିଲେ। ଏପରି ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାରେ।
ଏହି ଓକିଲ ଦମ୍ପତି ହେଲେ ଗଟୁ ବାମନ ରାଓ ଏବଂ ତାଙ୍କ ସ୍ତ୍ରୀ ପିଭି ନାଗମଣି । ଉଭୟ ହାଇକୋର୍ଟରୁ କାମ ସାରି ଫେରୁଥିଲେ। ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ମଧ୍ୟରେ ରାସ୍ତା ଉପରେ ଓକିଲ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ବିଚ୍ ରାସ୍ତାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା ବେଳର ଚିତ୍ର ରାସ୍ତାରେ ଯାଉଥିବା ଲୋକ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଦୁର୍ବତ୍ତମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିବାରୁ ଦମ୍ପତି ରାସ୍ତାରେ ପଡ଼ିଯାଇଥିଲେ ଏହାପରେ ଦୁଇଜଣଙ୍କୁ ଛୁରା ମାଡ଼ କରିଚାଲିଥିଲେ ଦୁର୍ବୃତ୍ତ। ଆକ୍ରମଣ ପରେ ଏକ କାରରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ଏଠି କହି ରଖିବୁ, ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସ କମିଶନରଙ୍କୁ ଜଣାଇଥିଲେ ଗଟୁ ବାମନ ରାଓ ଏମିତି କି ସେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଏନେଇ ପୂର୍ବରୁ ଜଣାଇଥିଲେ ତେବେ ହତ୍ୟାକାଣ୍ଡ ଘଟଣାରେ ତେଲେଙ୍ଗାନା ପୋଲିସ ୬ଟି ଟିମ ଗଠନ କରି ଘଟଣାର ତଦନ୍ତ କରୁଛି ଏବେ ଯାଏଁ ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି