ବାଲାକୋଟ ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବାକୁ ସଜ ହେଉଛି ପାକିସ୍ତାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା‌ ଭୁଲି ପାରୁନି ପାକିସ୍ତାନ । ପରାଜୟର ନିଆଁରେ ଏବେ ବି କୁହୁଳୁଛି। ପ୍ରତିଶୋଧ ପାଇଁ ଏବେ ବି ମଉକା ଖୋଜୁଛି। ସେଥିପାଇଁ ଯୋଜନା ବି ଆରମ୍ଭ କରି ଦେଇଛି। ଜୋରଦାର ଚଲାଇଛି ଯୁଦ୍ଧାଭ୍ୟାସ।

ହାଇ ମାର୍କ ଛଦ୍ମନାମରେ ଚାଲିଥିବା ଏହି ଯୁଦ୍ଧ ଅଭ୍ୟାସରେ ପାକିସ୍ତାନର ଲଢୁଆ ବିମାନ ସହ ଅନ୍ୟ ବିମାନ ସାମିଲ ହୋଇଛନ୍ତି । ବାଲାକୋଟ ଏୟାର ଷ୍ଟ୍ରାଇକ ପରି ଆକ୍ରମଣ ହେଲେ କିପରି ମୁକାବିଲା କରାଯିବ ସେଇ ଲକ୍ଷ୍ୟ  ନେଇ ଅଭ୍ୟାସ କରାଯାଉଛି । ପାକିସ୍ତାନର ଲଢୁଆ ଜେଟ୍ ବିମାନଗୁଡିକ ତାଙ୍କ ସୀମା ମଧ୍ୟରେ ରହି ଏହି ଅଭ୍ୟାସ କରୁଛନ୍ତି । ତଥାପି ପାକିସ୍ତାନ ପକ୍ଷରୁ ଏହି ଚାଲିଥିବା ଯୁଦ୍ଧାଭ୍ୟାସ ଉପରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି ।

ଏହି ଯୁଦ୍ଧାଭ୍ୟାସରେ ଚୀନ ନିର୍ମିତ ଜେଏଫ୍ 17, ଏଫ୍ 16 ଓ ମିରେଜ୍ 3 ଭଳି ଅତ୍ୟାଧୁନିକ ବିମାନ ସାମିଲ ହୋଇଥିବା ସୂଚନା ମିଳିଛି । ଗତକାଲି କରାଚୀ ସହର ଉପରେ ଦୀର୍ଘ ସମୟ ଧରି ରାତିରେ ଏପରି ଅଭ୍ୟାସ କରାଯାଇଥିବା ସୂଚନା ମିଳିଛି ।

You might also like