ଭାରତ ବିରୋଧରେ ମୁସଲିମ୍‌ଙ୍କୁ ପ୍ରବର୍ତ୍ତାଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି।

ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। ସେ ନିଜକୁବିଶ୍ୱସ୍ତରରେ ସେ କଶ୍ମୀରର ଆମ୍ବାସଡର ଦର୍ଶାଇ କହିଥିଲେ, “ମୁଁ ନିଷ୍ପତ୍ତି ନେଇଛି ମୁଁ ବିଶ୍ୱସ୍ତରରେ କଶ୍ମୀରର ଆମ୍ବାସଡର ହେବି। ମୁଁ ପାକିସ୍ତାନୀ, ଜଣେ ମୁସଲିମ୍‌ ଏବଂ ଜଣେ ମଣିଷ। କଶ୍ମୀର ପ୍ରସଙ୍ଗ ମାନବାଧିକାରର ପ୍ରସଙ୍ଗ।”

କଶ୍ମୀରରେ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ନେଇ ସେ କହିଥିଲେ, ଗତ ୪୦ ଦିନ ଧରି ଆମ ଭାଇ, ଭଉଣୀ ଏବଂ ପିଲାମାନେ କର୍ଫ୍ୟୁ ଅଧୀନରେ ଜୀବନ କାଟୁଛନ୍ତି। ଆସନ୍ତା ସପ୍ତାହରେ ସେ ଜାତିସଂଘର ସାଧାରଣ ଅଧିବେଶନରେ ଭାଷଣ ଦେବା କଥା କହିବା ସହ କଶ୍ମୀରବାସୀଙ୍କୁ ନିରାଶ କରିବେ ନାହିଁ ବୋଲି କହିଥିଲେ।

ସେ ମୁସଲିମ୍‌ମାନଙ୍କୁ ଉସକାଇବା ପାଇଁ କହିଥିଲେ, “ଭାରତୀୟ ସେନାର ବର୍ବରତା ଉଗ୍ରବାଦକୁ ଇନ୍ଧନ ଯୋଗାଇବ। ବର୍ବରତା ଯେତେବେଳେ ସୀମା ଲଂଘନ କରେ, ନିର୍ଯାତିତ ହେବା ବଦଳରେ ପ୍ରତି ବ୍ୟକ୍ତି ମରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। କଶ୍ମିରୀଙ୍କୁ ଭାରତ ଯେଭଳି ବନ୍ଦୀ କରି ରଖିଛି, ତାହା ଚରମପନ୍ଥାକୁ ଉସକାଉଛି। କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଭାରତରେ ମୁସଲିମ୍‌ଙ୍କର କୌଣସି ସ୍ଥାନ ନାହିଁ।”

ଭାରତର କାର୍ଯ୍ୟାନୁଷ୍ଠାନ କୁଆଡ଼େ ମୁସଲିମ୍‌ ବହୁଳ ଦେଶମାନଙ୍କରେ ମଧ୍ୟ ଚରମପନ୍ଥାକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି। ପାକିସ୍ତାନୀମାନେ ଏଲ୍‌ଓସିମୁହାଁ ହେଉଥିବା କଥା ସ୍ୱୀକାର କରି ସେ କହିଥିଲେ, ଏଲ୍‌ଓସି ଆଡ଼କୁ ଯାଅନାହିଁ। ମୁଁ ପ୍ରଥମେ ଜାତିସଂଘ ସୁରକ୍ଷା ପରିଷଦ ଯିବି ଏବଂ ବିଶ୍ୱକୁ କଶ୍ମୀର ବାବଦରେ ଜଣାଇବି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like