ଭାରତ ଓ ଜାପାନ ମଧ୍ୟରେ ମୁଦ୍ରା ବିନିମୟ ରାଜିନାମା

୭୫ ବିଲିଅନ ଡଲାରର ରାଜିନାମା ସ୍ୱାକ୍ଷରିତ

ଟୋକିଓ : ଭାରତ ଓ ଜାପାନ ମଧ୍ୟରେ ୭୫ ବିଲିଅନ ଡଲାରର ବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଅଦଳବଦଳ ରାଜିନାମା ସ୍ୱାକ୍ଷର ହୋଇଛି। ବେଜିଂ ସହ ଏଭଳି ରାଜିନାମା ସ୍ୱାକ୍ଷର କରିବାର ସପ୍ତାହେ ପରେ ଭାରତ ସହ ଏଭଳି ଚୁକ୍ତି କରିଛି ଜାପାନ ।

ଏହାଫଳରେ ଦୁଇ ଦେଶ ମଧ୍ୟରେ ବିଦେଶୀ ମୁଦ୍ରା ବିନିମୟ ସହଜ ହେବ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି। ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିପକ୍ଷ ସିଞ୍ଜୋ ଅାବେଙ୍କ ମଧ୍ୟରେ ବାର୍ଷିକ ବୈଠକ ପରେ ଟୋକିଓ ପକ୍ଷରୁ ଏଭଳି ପଦକ୍ଷେପ ନିଅାଯାଇଛି। ଅାମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଲାଗି ରହିଥିବାବେଳେ ଜାପାନ ସହ ବିନିମୟ ଚୁକ୍ତି ଯୋଗୁଁ ଭାରତର ଅର୍ଥନୀତି ସମୃଦ୍ଧ ହେବ । ପୂର୍ବରୁ ଭାରତ ଜାପାନ ସହ ଏ ରାଜିନାମା କରିସାରିଛି। ହେଲେ ଏବେ ମୋଟା ରାଶିର ଅଦଳବଦଳ ପାଇଁ ଚୁକ୍ତି ହୋଇଛି ।

୨୦୧୩ରେ ୫୦ ବିଲିଅନ ଡଲାରର ଅଦଳବଦଳ ଚୁକ୍ତି ହୋଇଥିଲା। ଏବେ ଭାରତରେ ଜାପାନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ, ଅଧିକ ଅର୍ଥ ଅଦଳବଦଳ ଅାବଶ୍ୟକତା ରହିଛି ।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକା ରାଜନୀତି: ରାଜ୍ୟପାଳଙ୍କ ଚିଠି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁମାରସ୍ୱାମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍‌ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ

ଯୋଗୀ ସରକାରଙ୍କ ପାଇଁ ଅଡ଼ୁଆ ହେବକି ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ

ଆସାମବାସୀଙ୍କୁ ବନ୍ୟା ଡର ସହିତ ଭୂକମ୍ପ ଝଟ୍‌କା

ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଦାବି

ସୋନ୍‌ଭଦ୍ରା ଗୁଳିକାଣ୍ଡ; ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ୍

ସୁପ୍ରିମକୋର୍ଟରେ ଇସ୍ଲାମ୍‌ ପତାକା ବିବାଦ ପ୍ରସଙ୍ଗ

ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା ହେବା ପ୍ରସଙ୍ଗରେ ଏମିତି କହିଲେ ପ୍ରଣବ ମୁଖାର୍ଜୀ

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି ରାଜନୀତି

ଇନ୍‌ଷ୍ଟାଗ୍ରାମ୍‌ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

You might also like