ଦେଶରେ ୧୪ ଦିନର କରୋନା ସ୍ଥିତି ଚିନ୍ତାଜନକ, ୨୭ ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୫୫ ହଜାର ୦୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏବେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ଦେଶରେ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୩  ଛୁଇଁଛି।  ଏବେ ଦେଶରେ ମୋଟ୍ ୬ ଲକ୍ଷ ୭୩ ହଜାର ୧୬୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁଥିବା ବେଳେ ୧୯ ଲକ୍ଷ ୭୭ ହଜାର ୭୮୦ ଜଣ ସୁସ୍ଥ ହୋଇଛନ୍ତି।

ତେବେ ସବୁଠାରୁ ବେଶି ଚିନ୍ତା ବଢାଇଛି ମହାରାଷ୍ଟ୍ର। କରୋନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ମହାରାଷ୍ଟ୍ର । ଏଠି ସର୍ବାଧିକ ୨୦ ହଜାର ୨୬୫ ଆକ୍ରାନ୍ତଙ୍କ ମୃତୃ ହୋଇଛି। ତାମିଲନାଡୁରେ ୫ ହଜାର ୮୮୬, ଦିଲ୍ଲୀରେ ୪ ହଜାର ୨୧୪, କର୍ଣ୍ଣାଟକରେ ୪ ହଜାର ୬୨ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ଦେଶରେ ଗତ ୧୪ ଦିନର କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଭାରତର କରୋନା ସ୍ଥିତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। WHO ରିପୋର୍ଟ ଅନୁଯାୟୀ, ଦେଶରେ ୧୪ ଦିନର ସ୍ଥିତି ଚିନ୍ତାଜନକ। କାରଣ ଏହି ୧୪ ଦିନରେ ବିଶ୍ୱର ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାରତର ସ୍ଥାନ ଆମରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି।

 

 

ଆହୁରି ପଢ଼ନ୍ତୁ

You might also like