• translate
Minati Mishra

ନୂଆଦିଲ୍ଲୀ: ମାନବ କେଶର ଚୋରା ଚାଲାଣ ଆଶାତୀତ ଭାବେ ବୃଦ୍ଧି ପାଉଛି। ଯାହାଫଳରେ ମାନବ କେଶ ରପ୍ତାନୀ ହ୍ରାସ ପାଇବାରେ ଲାଗିଛି। ଏହାଦ୍ୱାରା ଟ୍ୟାକ୍ସ ବାବଦରେ ଭାରତକୁ ବାର୍ଷିକ୧୫୦ରୁ ଅଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି  ।    ପଶ୍ଚିମବଙ୍ଗ କଷ୍ଟମସ୍‌ର ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଶାଖା ଏ ବିଷୟରେ ଜଣାଇଛି। ଏ ନେଇ ଦେଶର ଜିଏସଟି, କଷ୍ଟମ୍ସ, ଡିଆରଆଇ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ  ଆଲର୍ଟ କରାଯାଇଛି।

ଏଥିରେ କୁହାଯାଇଛି, ମାନବ କେଶର ରପ୍ତାନୀ କୃତ୍ରିମଭାବେ ହ୍ରାସ ପାଇଛି। ଭାରତରୁ ଏହା ଚୋରାରେ ଚାଲାଣ ହେଉଛି। ଫଳରେ ଚୁଟି ରପ୍ତାନୀ ଶିଳ୍ପ କ୍ଷତିର ସମ୍ମୁଖୀନ ହେଉଛନ୍ତି।  ରପ୍ତାନିକାରୀମାନେ ମିଆଁମାର, ବାଂଲାଦେଶ ଏବଂ ଭିଏତନାମକୁ ସେମାନଙ୍କ ସାମଗ୍ରୀର ମୂଲ୍ୟ କୃତ୍ରିମ ଭାବରେ ହ୍ରାସ କରୁଛନ୍ତି

ସମଗ୍ର ଭାରତରେ ଗୋଲି, ଚୁଟି ଏବଂ ଥୁଟିର ବେଶ ଚାହିଦା ରହିଛି । ଯାହାର ଦାମ କିଲୋ ପ୍ରତି ୪,୫୦୦ରୁ ୬୦୦୦ ପର୍ଯ୍ୟନ୍ତ ରହିଛି । କିନ୍ତୁ ବର୍ତ୍ତମାନ ଶ୍ରେଷ୍ଠ ପାଂଚଜଣ ଏକ୍ସପର୍ଟ ସେମାନଙ୍କ ରେଟକୁ କିଲୋ ପ୍ରତି ୨୭୮୭ରୁ ୧୪୦୦ ଟଙ୍କା ପର୍ଯ୍ୟନ୍ତ କମାଇ ଦେଇଛନ୍ତି ।  ୨୦୧୭ ମସିହାରୁ ଏହି ଦର କ୍ରମାଗତ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ।

କଷ୍ଟମ ବିଭାଗ ଜାଣିବାକୁ ପାଇଥିଲେ,  ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ସମାନ ଚୁଟିକୁ ୨୮୦୦ରୁ ୫୬୦୦ ପର୍ଯ୍ୟନ୍ତ ବିକ୍ରି ହେଉଛି । ତଦନ୍ତ ପରେ ସିପିଂ ବିଲ୍‌ ଦିଆଯାଉ ନ ଥିବା  ଜାଣିବାକୁ ପାଇଥିଲେ। ଭାରତରୁ ଯାଉଥିବା ସାମଗ୍ରୀ ଉପରେ ଚୀନ ୨୮% ସୀମା ଶୁଳ୍କ ଲାଗୁ କରିଛି। ହେଲେ ଚୋରା ଚାଲାଣ ହେଉଥିବା ଜିନିଷ ଉପରେ ଏଗୁଡ଼ିକ ଲାଗୁ ହେଉନାହିଁ। ଏହି ଚୁଟି ଚୀନ ସୀମା ଦେଇ ଚୋରାଚାଲଣ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଆୟକର ବିଭାଗ ନିକଟରେ ଅଭିଯୋଗ କରାଯାଇଛି ।

ଅନୁସନ୍ଧାନରୁ ଜଣାଯାଇଛି, ମ୍ୟାମାର ଏବଂ ବାଂଲାଦେଶୀ ବ୍ୟବସାୟୀମାନେ ମଧ୍ୟସ୍ଥିଙ୍କ ଜରିଆରରେ ସିଧାସଳଖ ଚୁଟି କିଣି ନେଉଛନ୍ତି। ଏହାକୁ କଟନ୍‌ କିମ୍ବା ଅନ୍ୟ ଜିନିଷ କହି ଚୋରାରେ ଭାରତରୁ ନେଉଛନ୍ତି। ପରେ ସେମାନେ ବହୁତ କମ୍‌ ଖର୍ଚ୍ଚରେ ଚୁଟିକୁ ପ୍ରସେସିଂ କରି ଚୀନକୁ ପଠାଉଛନ୍ତି ବୋଲି ହ୍ୟୁମାନ ହେୟାର ଆଣ୍ଡ ହେୟାର ପ୍ରଡକ୍ସସ୍‌ ମାନୁଫାକ୍‌ଚର ଆଣ୍ଡ ଏକ୍ସପର୍ଟ ଆସୋସିଏସନର ସଦସ୍ୟ ସୁନିଲ ଇମାମି କହିଛନ୍ତି। ସେ କହିଛନ୍ତି, ଆମ  ଆସୋସିଏସନର କିଛି ସଦସ୍ୟ  ମ୍ୟାମାର ଏବଂ ଚାଇନା ଗସ୍ତ କରିଥିଲେ। ଘଟଣାର ପ୍ରତ୍ୟକ୍ଷ ତଦନ୍ତ କରିବା ପରେ କିପରି ଚୁଟି ଅନ୍ୟ ଦେଶକୁ ଚୋରାରେ ଚାଲାଣ ହେଉଛି ଜାଣିବାକୁ ପାଇଥିଲେ।

ଏକ୍ସପର୍ଟମାନେ କହିଛନ୍ତି, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଏହା ଚୋରା ଚାଲାଣ କରାଯାଉଛି। ତେବେ ଅନ୍ୟ ରାଜ୍ୟରୁ ଚାଲାଣ ହେବାର ଭୟ ଥିବାରୁ ସେମାନଙ୍କୁ ମଧ୍ୟ ସତର୍କ କରଦିଆଯାଇଛି। ଏଠି କହି ରଖିବୁ, ଭାରତ ୬ ହଜାରରୁ ୮ ହଜାର କୋଟି ଚୁଟି ରପ୍ତାନୀ କରିଥାଏ।  ୫ ପ୍ରତିଶତ ଚୁଟି ମନ୍ଦିରରୁ ଦାନ ଆକାରରେ ମିଳିଥାଏ। ବାକି ଚୁଟି ଗାଁ ଗାଁ ବୁଲି ସଂଗ୍ରହ କରାଯାଇଥାଏ। ଏହି ଚୁଟରେ ୱିଗ୍‌, କୃତ୍ରିମ ଦାଢି, ଆଇବ୍ରୋ ପ୍ରସ୍ତୁତ କରାଯାଇଥାଏ। ଏହାବ୍ୟତୀତ ବେକିଂ କମ୍ପାନୀମାନେ ଏହାକୁ ପ୍ରୋଟିନ ଭାବେ ବ୍ୟବହାର କରିଥାନ୍ତି।

ଏହି ଚୁଟି ରପ୍ତାନୀ ଯୋଗୁ ଦେଶର ପ୍ରାୟ ୬ରୁ ୮ ଲକ୍ଷ ଲୋକ ରୋଜଗାରକ୍ଷମ ହୋଇପାରିଥିଲେ। ତେବେ ଚୁଟିର ଚୋରା ଚାଲାଣ ଯୋଗୁ ଗାଁ ଗହଳିର ଏହି ଲୋକମାନେ ସେମାନଙ୍କର ଜୀବିକା ହରାଇଛନ୍ତି ବୋଲି ଇମାମି କହିଛନ୍ତି।

Other Stories