ଗୋଟେପଟେ ବୈଠକ, ଅନ୍ୟପଟେ ବିଶ୍ୱାସଘାତ: ଧରାପଡ଼ିଲା ଚୀନର ଚାଲାକି

ନୂଆଦିଲ୍ଲୀ: ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା ସହ ନୂଆ କ୍ୟାଂପ୍ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି।  ଏପଟେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ।

ଗୋଟେପଟେ ବୈଠକ, ଅନ୍ୟପଟେ ବିଶ୍ୱାସଘାତ। ଆଲୋଚନା ପରେ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ କରିବା ବଦଳରେ ସେନା ଠୁଳ କରୁଛି ଡ୍ରାଗନ ବାହିନୀ। ସେନା ଗତ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ବି ସୁଧୁରୁନି ଚୀନ୍। ଗଲଓ୍ୱାନ ଘାଟିର ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନା କ୍ୟାମ୍ପ ଓ ରାସ୍ତା ନିର୍ମାଣ କରିଛି। ଏମିତି କି, ଏଲଏସିର ପୂର୍ବ ଲଦାଖ ନିକଟରେ ହଜାର ହଜାର ସୈନ୍ୟ ଠୁଳ କରିଛି ଚୀନ।

ପୂର୍ବ ଲଦାଖର ଗଲୱାନ ଘାଟୀ ଓ ପେଙ୍ଗାଙ୍ଗ ହ୍ରଦ ନିକଟସ୍ଥ ଯେଉଁ ସାଟେଲାଇଟ ଚିତ୍ର ଜାରି କରାଯାଇଛି, ସେଥିରୁ ଚୀନର ସାଂଘାତିକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଗଲାୱାନ ଘଟୀ ନିକଟରେ ଏକ ବଙ୍କର ଭଳି ଢାଞ୍ଚା ନିର୍ମାଣ କରାଯାଉଥିବା ଉପଗ୍ରହ ଚିତ୍ରରୁ ଜଣାପଡୁଛି।

ଏପଟେ ଚୀନର ଚାଲ ପରେ ଭାରତ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବାସ୍ତବିକ ନିୟନ୍ତ୍ରନ ରେଖା ବା LACରେ ଫାଇଟର ଜେଟ୍  ଉଡ଼ାଇଛି ଭାରତ। ପୂର୍ବ ଲଦାଖ ଗଲଓ୍ୱାନ ଘାଟି ଏବଂ ପେଙ୍ଗାଙ୍ଗ ହ୍ରଦରେ ସୈନ୍ୟ ସ୍ଥିତିକୁ ସୁଦୃଢ଼ କରିଛି ଭାରତ। ସେପଟେ ଦୁଇ ଦିନିଆ ପୂର୍ବ ଲଦାଖ ଗସ୍ତ ସାରି ଫେରିଥିବା ସ୍ଥଳସେନା ମୁଖ୍ୟ ଆଜି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଛନ୍ତି ଏଲଏସି ନିକଟରେ କେମିତି ରହିଛି। ସ୍ଥିତି ସେନେଇ ସରକାରଙ୍କ ସହ ଆଲୋଚନା କରିଛନ୍ତି।

ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ ବ୍ରିଟିଶ ସଂସଦରେ ବି ଉଠିଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବ ଲଦାଖରେ ଚାଲିଥିବା ବିବାଦ ଅତି ସାଂଘାତିକ ଓ ଉଦବେଗଜନକ ରହିଛି। ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ୟୁକେ ଗୁରୁତ୍ୱର ସହ ନିରୀକ୍ଷଣ କରୁଛି ବୋଲି ବୋରିସ କହିଛନ୍ତି।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like