କରୋନା ପ୍ରକୋପ କମାଇବାର ୩ଟି ଅମୋଘ ଅସ୍ତ୍ର ଦେଲେ ଆରଏସଏସ ମୁଖ୍ୟ

ନାଗପୁର: କରୋନା ବିପତ୍ତି ବେଳେ ସ୍ୱାର୍ଥ ଛାଡ଼ି କାମ କରିବାକୁ ସ୍ୱୟଂ ସେବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଆରଏସଏସ ସଂଘ ଚାଳକ ମୋହନ ଭାଗବତ। ଏହି ବିପତ୍ତିରେ ଭୟଭୀତ ନହୋଇ ଆମକୁ ଏକଜୁଟ୍ ହେବାକୁ ପଡ଼ିବ। ଅନ୍ୟମାନଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲାରେ ସାମିଲ ହେବାକୁ ପଡ଼ିବ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ ବୋଲି ଭାଗବତ କହିଛନ୍ତି। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ ବୋଲି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ।

ଭିଡିଓ ବାର୍ତ୍ତା ମାଧ୍ୟମରେ ସେ କହିଛନ୍ତି ଯେ, ଏବେ ସାରା ଦୁନିଆ କରୋନା ବିରୋଧରେ ଲଢେଇ କରୁଛି। ଘରେ ରହି କରୋନା ସହ ଯୁଦ୍ଧ କରି ଜିତିବାକୁ ପଡ଼ିବ। କରୋନା ସଂପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ। ଆକ୍ରାନ୍ତଙ୍କ ସେବା ସହ ସଚେତନ କରାଇବା ମଧ୍ୟ ଜରୁରୀ। ସେବାର କାର୍ଯ୍ୟ ଆଜି ବଦଳିଯାଇଛି। ନିଜେ ଭଲରେ ରହିବା ସହ ଅନ୍ୟକୁ ଭଲରେ ରଖିବା ଉଚିତ୍ ବୋଲି ମୋହନ ଭାଗବତ କହିଛନ୍ତି।

କରୋନା ମୁକାବିଲାରେ ପ୍ରଶାସନ ଉତ୍ତମ ପଦକ୍ଷେପ ନେଉଛି। ସୀମିତ ଶାସନରେ ବିକାଶର ନୂଆ ମଡେଲ ନେଇ ଚିନ୍ତା କରିବା। ନିୟମ ପାଳନ କର, ସହଯୋଗ କର, ବିରୋଧ କରନାହିଁ। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ମନରେ ଭୟ ଓ କ୍ରୋଧକୁ ପ୍ରଶୟ ଦିଅ ନାହିଁ। ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ। ଲକଡାଉନ୍ ଉଠିବା ପରେ ମଧ୍ୟ ସାମାଜିକ ଦୂରତା ରଖିବା ଜରୁରୀ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ।

ଅନୁଶାସନ ଦ୍ୱାରା ହିଁ କରୋନା ଉପରେ ବିଜୟ ସମ୍ଭବ ବୋଲି ମୋହନ ଭାଗବତ କହିଛନ୍ତି। ଏହାସହ ଜୁନ୍ ମାସ ଯାଏଁ ସଂଘର ସବୁ କାର୍ଯ୍ୟକ୍ରମ ସ୍ଥଗିତ ରହିବ ବୋଲି ସେ ଘୋଷଣା କରିଛନ୍ତି।

You might also like